୩୭୨ ଲିଟର ମଦ, ୧୦,୫୦୦ କେଜି ମହୁଲପୋଚ ସହ ମହିଳା ଗିରଫ

ରାଉରକେଲା: ଇସ୍ପାତ ସହରରେ ଦେଶୀ ମଦ କାରବାର ସୀମା ଟପିଲାଣି। ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ ହେବାର ୨୪ ଘଣ୍ଟା ନ ପୂରୁଣା ଆଜି ପୁଣି ଦେଶୀ ମଦ ବେପାରିଙ୍କୁ କାବୁ କରିଛି ରାଉରକେଲା ଅବକାରୀ ପୁଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ବିଶ୍ରା ଥାନା ଅନ୍ତର୍ଗତ କେମାଙ୍ଗ ଗ୍ରାମର ସମାରୀ କୁମ୍ଭାର। ତାଙ୍କ ପାଖରୁ ୩୭୨ ଲିଟର ଦେଶୀ ମଦ ସହ ୧୦ ହଜାର ୫ ଶହ କେଜି ମହୁଲପୋଚ ଜବତ ହୋଇଛି। ତେବେ ଘଟଣାସ୍ଥଳରୁ ଅନ୍ୟ ଅଭିଯୁକ୍ତମାନେ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ପ୍ରକାଶଥାଉକି, ଅବକାରୀ ପୁଲିସ ଗତକାଲି ରେଲାପୋଷ, ଦହିଟୋଲା, ରୂପୁଟୋଲା ଅଞ୍ଚଳରେ ଚଢ଼ଉ କରି ୩୩୫ ଲିଟର ଦେଶୀ ମଦ ଓ ୮୭୩୦ କେଜି ମହୁଲ ପୋଚ ଜବତ କରିଥିଲା। ଦେଶୀ ମଦ ତିଆରି ଓ ଚୋରାଚାଲାଣ କରୁଥିବା ଅଭିଯୋଗରେ ୪ ଜଣ ଅଭିଯୁକ୍ତ ବନ୍ଧା ହୋଇଥିଲେ।

ସମ୍ବନ୍ଧିତ ଖବର