ପ୍ରବାସୀ ଓଡ଼ିଆଙ୍କୁ ରନ୍ଧାଖାଦ୍ୟ ଯୋଗାଣର ଟଙ୍କା ମିଳିନି, ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା ସଂଘ

ମୋହନା : କରୋନା ପ୍ରଭାବିତ ପ୍ରବାସୀ ଓଡ଼ିଆଙ୍କୁ ପଞ୍ଚାୟତର ନିର୍ଦ୍ଦେଶରେ ରନ୍ଧାଖାଦ୍ୟ ଯୋଗାଇ ଥିଲେ ଏକ ସ୍ବୟ˚ ସହାୟିକା ଦଳ । ହେଲେ, ଆଜି ଯାଏ ସେମାନଙ୍କ ଟଙ୍କା ସେମାନେ ଫେରି ପାଇନାହାନ୍ତି। ଏଣୁ, ଆଜି ମହିଳା ସଂଘର ଉତ୍ତ୍ୟକ୍ତ ସଭ୍ୟମାନେ ସରପଞ୍ଚଙ୍କୁ ଭିତରେ ରଖି ଲୁହାଗୁଡ଼ି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ।

ଲୁହାଗୁଡ଼ି ପ˚ଚାୟତରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ପ˚ଚାୟତ ତଦାରଖରେ କ୍ବାରାଣ୍ଟିନ୍ ସେଣ୍ଟର ଖୋଲାଯାଇଥିଲା । ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ କମଳାପୁର ଗେଟ୍‌ ଠାରେ ନାକାବନ୍ଦି କରାଯାଇ ଅଟକ ରହୁଥିବା ବାହାର ଲୋକଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ରନ୍ଧାଖାଦ୍ୟ ଯୋଗାଇବା ପାଇଁ ପ˚ଚାୟତର ବିଭିନ୍ନ ସ୍ବୟ˚ ସହାୟକ ଦଳଙ୍କୁ ନିୟୋଜିତ କରାଯାଇଥିଲା । ସେଥିମଧ୍ୟରୁ ମହାଶକ୍ତି ସ୍ବୟ˚ ସହାୟକ ଦଳକୁ ମଧ୍ୟ ଦାୟିତ୍ବ ପ˚ଚାୟତ ତରଫରୁ ଦିଆଯାଇଥିଲା । ମହାଶକ୍ତି ସ୍ବୟ˚ ସହାୟକ ଦଳ କରୋନା କାଳରେ ପ୍ରାୟ ୩ ମାସ ଧରି ରନ୍ଧାଖାଦ୍ୟ ଯୋଗାଇ ଆସୁଥିଲେ। ଯୋଗାଇ ଦିଆଯାଇଥିବା ରନ୍ଧା ଖାଦ୍ୟର ମୂଲ୍ୟ ୩ ଲକ୍ଷ ହେବା ସ୍ଥଳେ ତାଙ୍କୁ ମାତ୍ର ଏକ ଲକ୍ଷ ଟଙ୍କା ପ˚ଚାୟତ ତରଫରୁ ଦିଆଯାଇଥିଲା। ବଳକା ଦୁଇ ଲକ୍ଷ ଟଙ୍କା ପାଇଁ ଆଜି ଯାଏ ପ˚ଚାୟତରୁ ବ୍ଲକ୍ କାର୍ଯ୍ୟାଳୟକୁ, ସେଠାରୁ ପୁଣି ପ˚ଚାୟତକୁ, ଏମିତି ‌ଦେଖାଦେଖି କରି ବକେୟା ଟଙ୍କା ଦେବାର ନାଁ ଧରୁନାହାନ୍ତି।

ଏଣୁ ମହିଳା ସ˚ଘ ନିରୁପାୟ ହୋଇ ଲୁହାଗୁଡ଼ି ସରପ˚ଚ ଲକ୍ଷ୍ମୀ କୁମାରୀ ଶବର ପ˚ଚାୟତ କାର୍ଯ୍ୟାଳୟରେ ଥିବା ସମୟରେ ବକେୟା ଅର୍ଥ ତୁରନ୍ତ ପ୍ରଦାନ କରନ୍ତୁ ବୋଲି ଦାବି କରି ତାଲା ପକାଇ ଦେଇଥିଲେ। ଏଭଳି ୩ ଘଣ୍ଟା ବିତି ଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇ ନ ପାରିବା ଫଳରେ ସରପ˚ଚ ବ୍ଲକ୍ ପ୍ରଶାସନକୁ ଜଣାଇଥିଲେ। ପରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଗ୍ରାମ ପ˚ଚାୟତ ସ˚ପ୍ରସାରଣ ଅଧିକାରୀ ନରସି˚ହ ମାଣ୍ତଙ୍ଗୀ ଘଟଣା ସ୍ଥଳକୁ ଯାଇ ଉତ୍ତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା କରି ତୁରନ୍ତ ବକେୟା ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ପ˚ଚାୟତ କାର୍ଯ୍ୟାଳୟରେ ଅଟକ ରହିଥିବା ସରପ˚ଚ ଲକ୍ଷ୍ମୀ କୁମାରୀ ଶବରଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର