ଗୁରୁଡ଼ିଝାଟିଆ/ଖୁଣ୍ଟୁଣୀ: କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଖମାରନୂଆଗାଁ ଗ୍ରାମରେ ଜମି ମାପଚୁପ ବିବାଦକୁ ନେଇ ତୁମୁଳକାଣ୍ଡ ଘଟିଛି। ଘଟଣାସ୍ଥଳରେ ପୁଲିସ୍ ସହ ସ୍ଥାନୀୟ ଲୋକ ମୁହାଁମୁହିଁ ହୋଇଛନ୍ତି। ଉତ୍ୟକ୍ତ ମହିଳା ଜଣେ ମହିଳା ଥାନା ଅଧିକାରୀଙ୍କ ସହିତ ଦୁଇ ଜଣ ଥାନା ଅଧିକାରୀଙ୍କୁ କାମୁଡି ଦେବା ଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନା ଅନୁଯାୟୀ ଗ୍ରାମର ମାନସ ରଂଜନ ନାୟକଙ୍କ ୪୧ ଏକର ଜାଗା ଓ ଅଲଟ୍ରାଟେକ୍ ସିମେଣ୍ଟ କମ୍ପାନିକୁ ଦିଆଯାଇଥିବା ୪ ଏକର ୧୩ ଡିସିମିଲ୍ ଗୋଚର ଜମିର ମାପଚୁପ ପାଇଁ ଗୁରୁଡ଼ିଝାଟିଆ ଓ ଆଠଗଡ଼ ଥାନାର ପୁଲିସ୍ ଫୋର୍ସଙ୍କ ସହ ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ, ଅତିରିକ୍ତ ତହସିଲଦାର, ଆରଆଇ
ପହଞ୍ଚି ଥିଲେ। ଏହି ଜମି ମାପଚୁପ ଚାଲିଥିବା ବେଳେ ସୀମା ବିବାଦ ଓ ଜବରଦଖଲ ଜମି ଘଟଣାକୁ ନେଇ କୋଳପଥପଙ୍ଗୀର ୩୦ରୁ ଅଧିକ ଆଦିବାସୀ ଓ ଦଳିତସାହି ପରିବାର ବିରୋଧ କରିଥିଲେ ।
୧୯୭୩ ମସିହାରୁ ସରକାରଙ୍କ ଠାରୁ ଲିଜ୍ ସୂତ୍ରରେ ପଟ୍ଟା ପାଇ ସେମାନେ ଏହି ଜମି ଭୋଗ ଦଖଲ କରି ଆସୁଛନ୍ତି ଏବଂ ଚଞ୍ଚକତା କରି ଏହା ହଡ଼ପ କରାଯାଇଛି ବୋଲି କରିଥିଲେ। ସ୍ଥାନୀୟ ଲୋକମାନେ । ମନୋଜ ସାହୁ ପ୍ରମୁଖ ତଳେ ପଡ଼ି ଜମି ମାପଚୁପ ନ କରି ଫେରିଯିବାକୁ ଅନୁରୋଧ ଦାସଙ୍କୁ କାମୁଡ଼ି ପକାଇଥିଲେ। ଏ ସମ୍ପର୍କରେ ଖବର ପାଇଁ କରିଥିଲେ। ଅପରପକ୍ଷେ, ଉକ୍ତ ଜମି ସମ୍ପର୍କିତ କାଗଜପତ୍ର ତହସିଲଦାର ମାଗିଥିଲେ ମଧ୍ୟ ସାହିର ଲୋକମାନେ
ତାହା ଦେଖାଇ ପାରି ନ ଥିଲେ। ପୁଲିସ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରିବାରୁ ପୁଲିସ୍ କର୍ମଚାରୀଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା ।
ଗ୍ରାମବାସୀଙ୍କ ମଧ୍ୟରୁ କୈଳାସ ନାଏକ ଓ ମିକି ଲି ସାହିବାସୀ ଅଭିଯୋଗ ନାଏକ ମହିଳା ଗୁରୁଡ଼ିଝାଟିଆ ଥାନା ଅଧିକାରୀ ରଂଜନ ତହସିଲଦାରଙ୍କ ଗୋଡ଼ କୁମାର ପ୍ରଧାନ ଓ ଆଠଗଡ଼ ଥାନା ଏଏସ୍ଇ ଶଙ୍କୁନ୍ତଳା ଘଟଣାସ୍ଥଳରେ ଚୌଦ୍ବାର ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା ୨ ପ୍ଲାଟୁନ ପୁଲିସ ଫୋର୍ସ ସହ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ଅନ୍ୟପକ୍ଷରେ ଉକ୍ତ ୪୧ ଏକର ଜାଗା ମାନସ ରଂଜନ ମିଶ୍ରଙ୍କର ବୋଲି ରେକର୍ଡରେ ଉଲ୍ଲେଖ ଥିବା
ବେଳେ ଏହାକୁ ଗ୍ରାମବାସୀମାନେ ନିଜର ବୋଲି କହିବା ସହ ଅଯଥା ବିବାଦ ଉପୁଜାଉଛନ୍ତି ବୋଲି ତହସିଲଦାର କହିଛନ୍ତି। ଗ୍ରାମବାସୀ ଉପଯୁକ୍ତ କାଗଜପତ୍ର ଦର୍ଶାଇବାରେ ବିଫଳ ହେବାରୁ ଉକ୍ତ ଜମି ମାପଚୁପ କରାଯାଇ ଜାଗାକୁ ଶ୍ରୀ ମିଶ୍ରଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ମଙ୍ଗଳବାର ସନ୍ଧ୍ୟା
ହୋଇଯିବାରୁ ମାପଚୁପ କାର୍ଯ୍ୟ ଅଧା ରହିଛି। ଆଜି ବୁଧବାର ମଧ୍ୟ ସେଠାରେ ମାପଚୁପ କରାଯିବ ବୋଲି ଆଇଆଇସି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।