ସମ୍ବଲପୁର: ଶାସନ ଥାନା ମାଝୀପାଲି ନିକଟସ୍ଥ ଏକ ଘରୋଇ କଲେଜର ଛାତରୁ ଡେଇଁ ଜଣେ ମହିଳା କର୍ମଚାରୀ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି। ମହିଳା କର୍ମଚାରୀ ଜଣକ ରୋଷେୟା ଭାବେ କାମ କରୁଥିବା ବେଳେ ସୋମବାର ଦିନ ହଷ୍ଟେଲ୍‌ର ୫ ମହଲା ଛାତରୁ ଡେଇଁ ପଡିଥିଲେ।

Advertisment

ସୂଚନା ଅନୁସାରେ ୧୯ ବର୍ଷୀୟ ମହିଳାଙ୍କ ଘର ବଲାଙ୍ଗୀର ଜିଲ୍ଲାର ‌ବୋଲି ଜଣାପଡ଼ିଛି। ସେ ଘରୋଇ କଲେଜରେ ରୋଷେୟା ଭାବେ କାର୍ଯ୍ୟରତ ଥିଲେ। ଆଜି ସକାଳ ୮ଟାରେ କୋଠାର ୫ମ ମହଲାକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। କୋଠାରୁ ତଳକୁ ଡେଇଁପଡ଼ିବା ପରେ ତାଙ୍କର ବାମଗୋଡ଼ ଭାଙ୍ଗିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ଆତ୍ମହତ୍ଯା ଉଦ୍ୟମର କାରଣ ଜଣା ପଡ଼ିନାହିଁ।