ଭଦ୍ରକ : ପାରିବାରିକ କଳହରୁ ଶିଶୁକୁ ଟ୍ରକ ସମ୍ମୁଖକୁ ଫିଙ୍ଗିଦେଇଥିଲେ ମା’ । ଭଦ୍ରକ ଚାରିଘରିଆ ଅଂଚଳ ମୁଣ୍ଡା ସାହିରେ ଏଭଳି ଅଭାବନୀୟ ଘଟଣା ଦୃଷ୍ଟିକୁ ଆସିଛି ।
ସୂଚନାନୁଯାୟୀ, ସ୍ୱାମୀ ବିଜୟ ମୁର୍ମୁଙ୍କ ପ୍ରଥମ ସ୍ତ୍ରୀ ଏବଂ ପିଲା ଥିବା ସତ୍ୱେ ପୁଣି ଦ୍ୱିତୀୟ ବିବାହ କରି ସ୍ତ୍ରୀକୁ ଭଡାଘରେ ରଖୁଥିଲେ । କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେବାରୁ ଦ୍ୱିତୀୟ ସ୍ତ୍ରୀ ରାଗରେ ନିଜର ୯ମାସର ଛୁଆକୁ ଟ୍ରକ ଆଗକୁ ଫିଙ୍ଗି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଥିଲା । ପରେ ଆପୋଷ ବୁଝାମଣାରେ ଉଭୟ ସ୍ୱାମୀ ସ୍ତ୍ରୀ ଘରକୁ ଫେରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/bhadrak-1.jpg)