ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ : ଆଜି ଭଦ୍ରକ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଶି ଚାଲିଥିବା ବେଳେ ଧାମନଗର ବ୍ଲକର ଦିହୁଡି ଆନନ୍ଦପୁର ଅଞ୍ଚଳର ଜନୈକା ମହିଳା ନ୍ୟାୟ ପାଇବା ପାଇଁ ଆସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପ୍ରକାଶ ଯେ ଧାମନଗର ବ୍ଲକର ଦିହୁଡି ଆନନ୍ଦପୁର ଅଞ୍ଚଳର ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ ଝିଅ କଲେଜ ଯିବା ବାଟରେ ୨୦୧୭ ଡିସେମ୍ବର ୩୧ରେ ନିଖୋଜ ହୋଇଯାଇଥିଲେ। ଏ ନେଇ ମହିଳା ଜଣକ ଧାମନଗର ଥାନାରେ ଅଭିଯୋଗ କରିଥିଲେ। ନିଖୋଜ ହେବାର ୫୦ ଦିନ ବିତି ଯାଇଥିଲେ ବି ଧାମନଗର ଆଇଆଇସି ଏହାକୁ ଗୁରୁତର ସହ ନ ନେଇ ଓଲଟି ତାଙ୍କୁ ଅଶୋଭନୀୟ ଆଚରଣ ଦେଖାଉଛନ୍ତି। ଏ ନେଇ ମହିଳା ଜଣକ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ଆଜି ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଶୁଣାଣି ଚାଲିଥିବା ବେଳେ ନ୍ୟାୟ ପାଇଁ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ମହିଳା ଜଣକ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ପୁଲିସ ତାଙ୍କୁ ଉଦ୍ଧାର କରି ଟାଉନ ଥାନାକୁ ନେଇଥିଲେ।

ସମ୍ବନ୍ଧିତ ଖବର