ବିନ୍ଦୁସାଗର ଅଞ୍ଚଳରେ ଅଭାବନୀୟ ଘଟଣା: ମହିଳାଙ୍କୁ ରାସ୍ତା ମଝିର ବିଧା-ଗୋଇଠା ମାରିଲେ ଯୁବକ

ଭୁବନେଶ୍ୱର: ରାଜଧାନୀର  ଶ୍ରୀଲିଙ୍ଗରାଜ ଥାନାର ବିନ୍ଦୁସାଗର ଅଞ୍ଚଳରେ ବିଚରାସ୍ତାରେ ଜଣେ ମହିଳାଙ୍କୁ ବିଧା, ଗୋଇଠା ମାରିବାର ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କୁହାଯାଉଛି କି, ଜମିବାଡ଼ି ବିବାଦକୁ କେନ୍ଦ୍ରକରି ମହିଳାଙ୍କୁ ଯୁବକମାନେ ମଝି ରାସ୍ତାରେ ଆକ୍ରମଣ କରିଥିଲେ। ଏ ନେଇ ସଂପୃକ୍ତ ମହିଳା  ଥାନାରେ ଏତଲା ମଧ୍ୟ ଦେଇଛନ୍ତି।

ଗତକାଲି ଘଟିଥିବା ଏହି ଘଟଣା ସିସିଟିଭିରେ କୈଦ ହୋଇଯାଇଛି। ମହିଳାଙ୍କ ଅଭିଯୋଗ ମୁତାବକ, ତରଙ୍ଗ କ୍ଲବ ସହ ଜମିଜମାକୁ କେନ୍ଦ୍ରକରି ତାଙ୍କ ପରିବାରର ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ଏ ନେଇ ଆଗରୁ ଗଣ୍ଡଗୋଳ ବି ହୋଇଥିଲା । ତେବେ ଗତକାଲି ସଂପୃକ୍ତ କ୍ଲବର ଯୁବକ ଆସି ରାସ୍ତା ମଝିରେ ମାରଧର କରିବା ଆରମ୍ଭ କରି ଦେଇଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏଭଳି ପ୍ରାୟ ୫୦ରୁ ଅଧିକ ଥର ଉକ୍ତ ଯୁବକମାନେ ମହିଳାଙ୍କ ପରିବାର ଉପରେ ଆକ୍ରମଣ କରିବା ସହିତ ତାଙ୍କ ସ୍ୱାମୀ ଓ ପରିବାରର ସଦସ୍ୟଙ୍କୁ ବାରମ୍ବାର ଖରାପ ବ୍ୟବହାର କରି ଆସିଛନ୍ତି। ତେଣୁ ସଂପୃକ୍ତ ଯୁବକଙ୍କୁ ଶୀଘ୍ର ଗିରଫ ସହ ଓ ସୁରକ୍ଷା ଦାବି କରି ମହିଳାଜଣଙ୍କ ଶ୍ରୀଲିଙ୍ଗରାଜ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର