ମହିଳାଙ୍କ ତଣ୍ଟି କାମୁଡ଼ି ହତ୍ୟା କଲେ ଅନ୍ୟ ଜଣେ ମହିଳା

ରାଉରକେଲା: ଶନିବାର ରାତିରେ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ କୋକେରମା ପଞ୍ଚାୟତର ଡାୟାର୍‌ଟୋଲିରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ କାମୁଡ଼ି ମାରିପକାଇଛନ୍ତି।

ମୃତ ମହିଳାଜଣକ ହେଉଛନ୍ତି ୫୬ ବର୍ଷୀୟ ସୁଗନ ତୁରୀ।

କୌଣସି କଥାକୁ ନେଇ ସୁଗନ ଏବଂ ତାଙ୍କ ପଡ଼ୋଶିନୀ ସୁମିତ୍ରା ମଧ୍ୟରେ କଳହ ହୋଇଥିଲା। ଏଥିରେ କ୍ରୋଧାନ୍ଵିତା ହୋଇ ସୁମିତ୍ରା ସୁଗନଙ୍କୁ ମାଡ଼ିବସି ତାଙ୍କ ତଣ୍ଟିକୁ କାମୁଡ଼ି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ସୁଗନଙ୍କର ମୃତ୍ୟୁ ଘଟିଥିଲା।

ଆଜି ସକାଳେ ହାତୀବାରି ପୁଲିସ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର