କୋରାପୁଟ: କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକ ଦେଓଘାଟି ଗାଁର ସମ୍ଭାରୀ ମୁଦୁଲି। ୧୦ମାସର ଝିଅ ଗୋଲାପକୁ ଗତ ତିନି ଦିନ ହେବ ହୋଇଛି ଜ୍ବର। ଗାଁରେ ଥିବା ଆଶାକର୍ମୀ ଓ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ ଗୋଲାପର ସ୍ବାସ୍ଥ୍ୟବସ୍ଥା ସଂପର୍କରେ କହିବା ସହ ସେମାନଙ୍କ ନିକଟରୁ ଆଣି ଔଷଧ ଖୁଆଇଥିଲେ ସମ୍ଭାରୀ। ତେବେ ଜ୍ବର ଛାଡିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଏହା ପରେ ସେ ଆଉ ମାଗଣା ଔଷଧକୁ ବିଶ୍ବାସକୁ ନେଇ  ନଥିବା କହିଛନ୍ତି ସମ୍ଭାରୀ। କୋରାପୁଟ ସହିଦଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଶିଶୁ ବିଭାଗ କେଉଁ ସ୍ଥାନରେ ରହିଛି ସେ ଭଲ ଭାବେ ଜାଣି ନାହାନ୍ତି। ଝିଅର ଅବସ୍ଥା ଭଲ ନାହିଁ। ତଥାଫି ଜରୁରୀ ସମୟରେ ମେଡିକାଲ କଲେଜକୁ ଯାଇ ଲମ୍ବା ଲାଇନ ଦେଖି ଡରିଯାଇଥିଲେ। ତଥାଫି ଲାଇନରେ ରହିଥିଲେ। ଡାକ୍ତର ଜଣକ ‌ଝିଅକୁ ଦେଖିକି ଭଲଭାବେ ସ୍ବାସ୍ଥ୍ୟ ପରୀକ୍ଷା କରିବା ବଦଳରେ ତରବରିଆ ଭାବେ ପୁଣି କିଛି ଔଷଧ ଲେଖିଦେଇଥିଲେ।

Advertisment

ତେବେ ସରକାରୀ ଔଷଧ ଉପରେ ବିଶ୍ବାସ ତୁଟାଇଥିବା ସମ୍ଭାରୀ ସେଠାରୁ ଆସି ଗୋଟିଏ ମେଡିକାଲଷ୍ଟୋରକୁ ଯିବାରୁ ଉକ୍ତ ମେଡିକାଲଷ୍ଟୋର ମାଲିକ ସ୍ଥାନୀୟ ଗୋଟିଏ କ୍ଲିନିକ୍ କୁ ମେଡିକାଲ କଲେଜର ଶିଶୁ ବିଶେଷଞ ଡାକ୍ତର ଆସି ଚିକିତ୍ସା କରୁଥିବା ଏବଂ ଭଲ ଭାବେ ଦେଖାଦେଖି କରିବେ ବ‌ୋଲି କହିଥିଲେ। ସମ୍ଭାରୀ ଉକ୍ତ କ୍ଲିନୀକକୁ ଯାଇ ଡାକ୍ତର ଫି ବାବଦକୁ ସମ୍ଭାରୀ ୨୦୦ଟଙ୍କା ଦେଇଥିଲେ। ଲାଇନରେ ଦୀର୍ଘ ରହିବା ବଦଳରେ କ୍ଲିନୀକରେ ଦେଖାଇ ଦେବା ଭଲ ବୋଲି କହିଛନ୍ତି ସମ୍ଭାରୀ। ଡାକ୍ତର ତାଙ୍କୁ ଲେଖିଥିବା ଔଷଧ ମେଡିକାଲ ଷ୍ଟୋରରେ ୩୦୦ଟଙ୍କା ଦେଇ କିଣିଥିବା କହିଛନ୍ତି ସମ୍ଭାରୀ। ଏହା ସହ ବସରେ ଯିବା  ଆସିବା ଗାଡ଼ି ଭଡ଼ା ୪୦ଟଙ୍କା। ଏପରି ଆଜି ତାଙ୍କର ୫୪୦ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି ସମ୍ଭାରୀ। ଦିନ ମଜୁରିଆ ଭାବେ ସମ୍ଭାରୀ ତାଙ୍କ ସ୍ବାମୀ ଜଗନ୍ନାଥ କାମ କରୁଛନ୍ତି। ଜମି କାମ ପାଇଁ ଅଗ୍ରୀମ ଟଙ୍କା ମାଗି ସମ୍ଭାରୀ ଝିଅକୁ ନେଇ ଚିକିତ୍ସା ପାଇଁ ବାହାରିଥିବା କହିଛନ୍ତି।

ଅପରପକ୍ଷରେ ରାଜ୍ୟ ସରକାର ସମସ୍ତଙ୍କୁ ମାଗଣାରେ ଔଷଧ ଦେବା ପାଇଁ ୨୦୦ରୁ ଉର୍ଦ୍ଧ୍ବ ଔଷଧକୁ ନେଇ ମେଡିକାଲରେ ଆରମ୍ଭ କରିଛନ୍ତି ନିରାମୟ ଔଷଧ ବିତରଣ କେନ୍ଦ୍ର। ସେହିପରି  ଗ୍ରାମାଂଚଳରେ ଥିବା ଆଶା କର୍ମୀ ଓ ମହିଳା ସ୍ବାସ୍ଥ୍ୟ କର୍ମୀ(ଏଏନଏମ୍) ଆଦି ମଧ୍ୟ ଗାଁରେ ବିତରଣ କରୁଛନ୍ତି  ସରକାର ଯୋଗାଉଥିବା ଔଷଧ।  ପ୍ରଥମତଃ ଗାଁରେ ଥିବା ଆଶାକର୍ମୀ ଜଣକ ନିଜେ ସା‌ଙ୍ଗରେ ନେଇ ୧୧ମାସର ଛୁଆର ଯତ୍ନୀ ସରକାରୀ ମେଡିକାଲରେ କରାଇବା କଥା। ସେହିପରି ନିରାମୟରେ କିଣା ଔଷଧ ଠାରୁ ଭଲ ଔଷଧ ସରକାର ଯୋଗାଉଥିବା ସଂପର୍କରେ ବ୍ୟାପକ ସଚେତନତା କରିବାର ନିହାତି ଆବଶ୍ୟକତା ରହିଛି। ମେଡିକାଲ କଲେଜରେ କାମ କରୁଥିବା ଡାକ୍ତରଓ ବିଶେଷଞ ଡାକ୍ତର ମାନେ ମେଡିକାଲ କଲେଜରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ବଦଳରେ କ୍ଲିନୀକରେ ବସିବା ବନ୍ଦ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ସମ୍ଭାରୀଙ୍କ ପରି ଜିଲ୍ଲାର ବହୁ ଗାଁର ଲୋକେ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଦିରେ ପ୍ରଶାସନ ତଦନ୍ତ କରିବା ସହ ମାଗଣାରେ ସରକାର ସବୁ ରୋଗର ଔଷଧ ନିରାମୟ କେନ୍ଦ୍ରରେ ଓ ପରୀକ୍ଷା ନିଦାନରେ କରାଯାଉଥିବା ସମ୍ପର୍କରେ ପ୍ରଚାର ଓ ପ୍ରସାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।