ଚଣ୍ଡିଖୋଲ:ବାଇକ୍ରେ ୫୦ରୁ ଅଧିକ ବୋତଲର ଚୋରା ବିଦେଶୀ ମଦ ନେଇ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଡ଼ିଅଙ୍ଗ ଗ୍ରାମର ଜ୍ଞାନ ରଞ୍ଜନ ବରାଳ (୪୨) ଗୁରୁବାର ପୂର୍ବାହ୍ନ ୧୧ ଟାରେ ମହାଦେଇପୁର ଦଳେଇ ସାହି ଦେଇ ଯାଉଥିବା ବେଳେ ସାହିର ମହିଳାମାନେ ଜ୍ଞାନ ରଞ୍ଜନଙ୍କୁ ସେଠାରେ କାବୁ କରିଥିଲେ। ଏହାପରେ ପୁଲିସକୁ ଖବର ଦେଇଥିଲେ ।
ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ୍କୁ ଜବତ କରିବା ସହିତ ଅଟକ ଜ୍ଞାନ ରଞ୍ଜନକୁ ଗିରଫ କରି ଥାନାକୁ ଆଣିଥିଲେ। ଏନେଇ ଥାନାରେ କେସ୍ ନମ୍ବର ୨୪୧/୨୫ରେ ମାମଲା ରୁଜୁ କରାଯାଇଥିଲା । ତେବେ ଆସନ୍ତା କାଲି ଗିରଫ ବେପାରୀକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ସମରଜିତ ନାୟକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ ମହାଦେଇପୁର ଦଳେଇ ସାହିର ବିଭିନ୍ନ ସ୍ଥାନରେ ୭ ଜଣ ଚୋରା ବେପାରୀ ମଦ ବେପାର କରୁଥିବା ନେଇ ଗତ ୨୭ ତାରିଖ ଦିନ ୩୦ରୁ ଅଧିକ ମହିଳା ଥାନାକୁ ଆସି ଲିଖିତ ଅଭିଯୋଗ କରି ମହାଦେଇପୁରକୁ ମଦ ମୁକ୍ତ କରିବାକୁ ଦାବି କରିଥିଲେ ।
Jajpur | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/29/woman-catches-smuggled-liquor-dealer-50-bottles-of-smuggled-foreign-liquor-seized-case-registered-at-police-station-2025-08-29-22-23-22.jpg)