ବ୍ରଜରାଜନଗର : ବ୍ରଜରାଜନଗର ଟନେଲ୍ ରୋଡ୍ ନିକଟରେ ଥିବା ଏକ ବିଦ୍ୟୁତ୍ ଚାଳିତ ରେଳ ଇଂଜିନ୍ ଉପରେ ବୁଧବାର ପୂର୍ବାହ୍ନରେ ଜଣେ ମହିଳା ଚଢ଼ି ଯାଇଥିଲେ। ଏଥିପାଇଁ ଆର୍ପିଏଫ୍କୁ ନାକେଦମ ହେବାକୁ ପଡ଼ିଥିଲା। ପ୍ରାୟ ୩ ଘଣ୍ଟାର କସରତ ପରେ ଆର୍ପିଏଫ୍ ମହିଳାଙ୍କୁ ତଳକୁ ଓହ୍ଲାଇବାରେ ସକ୍ଷମ ହୋଇ ପାରିଥିଲା।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରୁ ମହିଳା ଜଣଙ୍କ ଆର୍ପିଏଫ୍ ଓ ସାଧାରଣ ଜନତାଙ୍କୁ ହଟହଟ୍ଟା କରିଛନ୍ତି । ମହିଳାଙ୍କ ସ୍ୱାମୀ ମୁମ୍ବାଇରେ ସଫାଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। କିଛି ବର୍ଷ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଶ୍ବଶୁର ଘର ଟାଟାର ବୋରିଡିଆରେ। ପାରିବାରିକ ଜମି ଭାଗବଣ୍ଟା ନେଇ ମଙ୍ଗଳବାର ମୁମ୍ବାଇରୁ ଟାଟା ଟ୍ରେନ୍ରେ ଯାଉଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ମୁମ୍ୱାଇରେ ଅନ୍ୟଜଣେ ସାଫେଇ କର୍ମଚାରୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ତେବେ, ତାଙ୍କର ମାନସିକ ସ୍ଥିତି ଭଲ ରହୁନଥିବା ଜଣାଯାଇଛି।
ତାଙ୍କର ଗୋଟିଏ ପୁଅ ଅଛି। ସେମାନେ ଟ୍ରେନ୍ରେ ଯାଉଥିବା ସମୟରେ ବ୍ରଜରାଜନଗର ଷ୍ଟେସନରେ ଟ୍ରେନ୍ର ଗତି କମ୍ ଥିବାବେଳେ ହଠାତ ମହିଳା ଜଣଙ୍କ ଟ୍ରେନ୍ରୁ ଓହ୍ଲାଇ ପଡ଼ିଥିଲେ। ତାଙ୍କର ସ୍ୱାମୀ ମଧ୍ୟ ପୁଅକୁ ଧରି ଓହ୍ଲାଇ ପଡ଼ିଥିଲେ। କିନ୍ତୁ ଆର୍ପିଏଫ୍ ପକ୍ଷରୁ ବିଭିନ୍ନ ଉପାୟରେ ତାକୁ ବୁଝାସୁଝା କରି ଝାରସୁଗୁଡା ପଠାଇବାକୁ ଚେଷ୍ଟା କରି ଅଟୋରେ ବସାଇଥିଲେ। ବ୍ରଜରାଜନଗର ଷ୍ଟେସନ୍ରୁ ଟାଟାକୁ କୌଣସି ଟ୍ରେନ୍ ନଥିଲା। କିନ୍ତୁ ମହିଳା ଅଧାରାସ୍ତାରୁ ଓହ୍ଲାଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗତକାଲି ବହୁବାର ଏଭଳି ଅଟୋରୁ ଓହ୍ଲାଇବା ଯୋଗୁଁ ଆରପିଏଫ ଓ ସଧାରଣ ଲୋକ ରାତି ପର୍ଯ୍ୟନ୍ତ ନାକେଦାମ ହୋଇଥିଲେ। ଶେଷରେ ଟ୍ରେନ୍ ଲାଇନ୍ ଉପରେ ବ୍ରଜରାଜନଗରରୁ ଚାଲି ଚାଲି ମହିଳା ଇବ୍ ଷ୍ଟେସନ ଯିବାରୁ ଆରପିଏଫ କର୍ମମଚାରୀ ଶାନ୍ତିରେ ରହିଥିଲେ। କିନ୍ତୁ ବୁଧବାର ପୁନର୍ବାର କୌଣସି ଟ୍ରେନ୍ରେ ବ୍ରଜରାଜନଗର ରେଲ୍ୱେ ଷ୍ଟେସନ୍ରେ ପହଞ୍ଚିଥିଲେ। ବ୍ରଜରାଜନଗର ଟନେଲ ରୋଡ୍ ନିକଟରେ ଥିବା ଏକ ବିଦ୍ୟୁତ୍ ଚଳିତ ରେଳ ଇଂଜିନ ଉପରକୁ ଚଢି ଯାଇଥିଲେ। ଫଳରେ ଟନେଲ୍ ରୋଡ୍ ତଳେ ଲୋକମାନେ ଜମା ହୋଇ ଯାଇଥିଲେ। ତାକୁ ତଳକୁ ଓହ୍ଲାଇବା ପାଇଁ ବହୁପ୍ରକାର ପ୍ରୟାସ କରିଥିଲେ। ଶେଷରେ ତାଙ୍କ ଦ୍ବିତୀୟ ସ୍ୱାମୀ ପୁଅକୁ ଦେଖାଇବାରୁ ସେ ତଳକୁ ଓହ୍ଲାଇ ଥିଲେ। ଟ୍ରେନ୍ ଇଞ୍ଜିନ୍ଟି ମୁଖ୍ୟ ଲାଇନ ଉପରେ ନଥିବାରୁ ଟ୍ରେନ୍ ଚଳାଚଳରେ କୌଣସି ପ୍ରତିବନ୍ଧକ ହୋଇ ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/1e411e7d-cd21-4eb4-abf6-843061eec6c4.jpg)