ଡାବୁଗାଁ: ଦୁଇ ଛୁଆଙ୍କୁ ଭୁଲିଗଲା ମା’। ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ରେଭିନ୍ୟୁସାହିର ଜଣେ ଦୁଇ ଛୁଆର ମା’ ବୁଧବାର ଅପରାହ୍ନ ପ୍ରାୟ ସାଢେ଼ ୪ ଘଣ୍ଟ ସମୟରେ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଛି। ମୃତ ମହିଳା ଜଣଙ୍କ ଡାଳିମ୍ବ ସୌରା (୩୪)। ଏ ନେଇ ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁରେ ଥିବା ମୃତ ମହିଳାଙ୍କ ଭାଇ ସାହେବ ସିଂ ଆଜି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
ସୂଚନା ଅନୁଯାୟୀ ଡାବୁଗାଁ ରେଭିନ୍ୟୁସାହିର କୃଷ୍ଣ ସୌରାଙ୍କ ଦୁଇଟି ସ୍ତ୍ରୀ ରହିଥିବା ବେଳେ ସେଥି ମଧ୍ୟରୁ ଦ୍ଵିତୀୟ ସ୍ତ୍ରୀ ଡାଳିମ୍ବ ସୋରା (୩୪) ଗତକାଲି ଅର୍ଥାତ୍ ବୁଧବାର ଅପରହ୍ନ ପ୍ରାୟ ସାଢେ଼ ୪ ଘଣ୍ଟ ସମୟରେ ନିଜ ଘର ମଧ୍ୟରେ କେହି ନ ଥିବା ସମୟରେ ମାନସିକ ଭାରସାମ୍ୟ ହରାଇ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିଲା। ମୃତ ମହିଳା ଡାଳିମ୍ବର ପୁଅ ଘର ମଧ୍ୟରେ ପ୍ରବେଶ କରି ମା’ର ଏପରି ଝୁଲନ୍ତା ଅବସ୍ଥା ଦେଖି ସାହି ପଡିଶା ସମସ୍ତଙ୍କୁ କହିଥିଲା। ଖବର ପ୍ରଚାରିତ ହେବା ପରେ ସ୍ଵାମୀ କୃଷ୍ଣ ସୌରା ମଧ୍ୟ ଘର ମଧ୍ୟରେ ପ୍ରବେଶ କରି ସ୍ତ୍ରୀର ଝୁଲନ୍ତା ଶବ ଦେଖି ହତବାକ ହୋଇଯାଇଥିଲେ।
ତେବେ ଡାଳିମ୍ବର ମୃତ୍ୟୁ ଖବର ଶୁଣି ନିକଟ ମାନିଗାଁରେ ଥିବା ଭାଇ ଥାନାରେ ଏତଲା ଦେବା ପରେ ଆଜି ପୁଲିସ ରେଭିନ୍ୟୁସାହିରୁ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ଶବ ଜବତ କରିବା ସମୟରେ ଡାବୁଗାଁ ଅତିରିକ୍ତ ତହସିଲଦାର ବି ସତିଶ କୁମାର, ସନ୍ଧାନି କୁକୁର ଓ ସାଇନ୍ଟିଫିକ ଦଳ ଉପସ୍ଥିତ ଥିଲେ। ଅପରାହ୍ନରେ ଶବ ବ୍ୟବଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଡାଳିମ୍ବର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ସେ କିଛି ସାପ୍ତାହିକ ଗ୍ରୁପରୁ ଋଣ ଆଣି ମାନସିକ ଚାପ୍ରେ ଥିବା ଜଣା ପଡ଼ିଥିବା ବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ଉପରୁ ପରଦା ହଟିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/dead-fff.jpg)