ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କଲେ ୯ ମାସର ଗର୍ଭବତୀ, କାରଣ ଅସ୍ପଷ୍ଟ

ପାଲଲହଡ଼ା: ଗତକାଲି ମଧ୍ୟରାତ୍ରିରେ ପାଲଲହଡ଼ା ଥାନା ଜମରଦିହ  ଗାଁର ଜଣେ ୯ ମାସର ଗର୍ଭବତୀ ମହିଳା ନିଜ ଦେହରେ କିରାସିନ ଢାଳି ଆତ୍ମହତ୍ୟା କରିଥିବାର ଖବର ମିଳିଛି।  ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ସନ୍ତାନର ଜନନୀ ପ୍ରଣତି ଧୀବର(୨୫) ୯ ମାସର ଗର୍ଭବତୀ ଥିଲେ। ସେ ଆଉ କିଛି ଦିନ ପରେ ୩ୟ ସନ୍ତାନକୁ ଜନ୍ମ ଦେଇଥାନ୍ତେ। ହେଲେ ପ୍ରଣତି ଗତକାଲି ରାତିରେ ନିଜ ଘରେ ଦେହରେ କିରାସିନି ଢାଳି ନିଆ ଲଗାଇ ଆତ୍ମହତ୍ୟା କରିଛନ୍ତି।

ଏ ନେଇ ତାଙ୍କର ସ୍ବାମୀ ଶଙ୍କର ଧୀବର ରାତି ୧୨:୧୫ ରେ ପାଲଲହଡ଼ା ଥାନାରେ ଲିଖିତ ଭାବେ ଜଣାଇବା ପରେ ଆଇଆଇସି କିଶୋର କୁମାର ସାମଲ, ଏଏସଆଇ ରାଜକିଶୋର ବିଶ୍ଵାଳ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ।  ଆଜି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପ୍ରଣତି କାହିଁକି ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଲେ, ସେହି କାରଣ ଅସ୍ପଷ୍ଟ ରହିଛି। ସେ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର