ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

ଦଶମନ୍ତପୁର : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତ ଅନ୍ତର୍ଗତ ଆମ୍ବିଳି ଆମ୍ବଗୁଡା ଗ୍ରାମର ଜଣେ ମହିଳା ପାରିବାରିକ କଳହକୁ କେନ୍ଦ୍ର କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଦଶମନ୍ତପୁର ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ଆମ୍ବଳି ଆମ୍ବଗୁଡା ଗ୍ରାମର ଗୁଲା ମୁଦୁଲି ମଦ୍ୟପାନ କରି ପ୍ରାୟ ସମୟରେ ପତ୍ନୀ ସୁକାନ୍ତି(୨୮)ଙ୍କ ସହ ଗଣ୍ଡଗୋଳ କରୁଥିଲେ। ଗତକାଲି ରାତିରେ ମଧ୍ୟ ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାର କିଛି ସମୟ‌ ପରେ ସୁକାନ୍ତି ନିଜ ଘର ଭିତରେ ଶାଢୀରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ଏହାପରେ ଗୁଲା ଦୀର୍ଘ ସମୟ ଧରି କବାଟ ବାଡେଇବା ପରେ ମଧ୍ୟ ସୁକାନ୍ତି କବାଟ ନଖୋଲିବାରୁ ଗ୍ରାମବାସୀଙ୍କ ସହାୟତାରେ କବାଟ ଭଙ୍ଗା ଯାଇଥିଲା। ଏହି ସମୟରେ ଘର ଭିତରେ ସୁକାନ୍ତିଙ୍କ ଶବ ଝୁଲୁଥିବା ଦେଖିବା ପରେ ତଳକୁ ଓହ୍ଲାଇଥିଲେ।

ଖବର ପାଇ ଦଶମନ୍ତପୁର ଥାନା ଏସ୍‌ଆଇ ବି.କେ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିିଥିଲେ। ଏନେଇ କେଶ୍ ନଂ-୧୩/୧୮ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଗୁଲାଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି। ଅନ୍ୟପଟେ ସୁକାନ୍ତିଙ୍କ ମୃତ୍ୟୁ ପରେ ତାଙ୍କ ୨ଟି ଛୋଟ ପୁଅ ଅସହାୟ ଅବସ୍ଥାରେ ରହିଛନ୍ତି।

ସମ୍ବନ୍ଧିତ ଖବର