ମହିଳାଙ୍କ ଆତ୍ମହତ୍ୟା

ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଭଦ୍ରା ପଞ୍ଚାୟତ ଖାସବାହାଲ ଗାଁରେ ସୋମବାର ସନ୍ଧ୍ୟାରେ ମଲ୍ଲୀ ଭୋଇ (୩୫ବର୍ଷ) ନାମ୍ନୀ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ବଡ଼ମାଳ ଫାଣ୍ତି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ମଲ୍ଲୀ ଓ ତାଙ୍କ ବୁଢ଼ୀ ମା’ ପୀର ଭୋଇ ଖାସବାହାଲସ୍ଥିତ ଘରେ ରହୁଥିଲେ। ମଲ୍ଲୀ କଲାହାଣ୍ତି ଜିଲ୍ଲା କରୁଆଁମୁଣ୍ତାରେ ବିବାହ କରିଥିଲେ। ହେଲେ କୌଣସି କାରଣକୁ ନେଇ ସୋମବାର ନିଜ ପୈତୃକ ଘର ଖାସବାହାଲରେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ବଡ଼ମାଳ ଫାଣ୍ତି ଅଧିକାରୀ ସବେର୍ଶ୍ବର ସାହୁ ଓ ସଇନ୍ତଳା ଏସ୍‌ଆଇ ପ୍ରସନ୍ନ ନାଏକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର