ସିଆରପିଏଫ୍‌ ଯବାନ୍‌ଙ୍କୁ ବିବାହ କରିଥିଲେ ଯୁବତୀ, ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ  ଜିଲ୍ଲା ବାମନଘାଟୀ ଉପଖଣ୍ଡରେ ମାସକୁ ୧୦ରୁ ଅଧିକ ଝୁଲନ୍ତା ମୃତଦେହ ଉଦ୍ଧାର ହେଉଛି। ଆଜି ମଧ୍ୟ ଜଣେ ସିଆପିଏଫ୍ ଯବାନଙ୍କ ସ୍ତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଅଭିଯୋଗ ଅନୁଯାୟୀ ବାଙ୍ଗିରିପୋଷି ଥାନା ଅର୍ନ୍ତଗତ ନେତାଇ ଗ୍ରାମର ଗ୍ରାମର ସାଲୁରାମ ମାଝୀଙ୍କ ଝିଅ ପୁଷ୍ପାଞ୍ଜଳି ମାଝୀ (୧୯) ୨ ବର୍ଷ ପୂର୍ବରୁ ଗୋରୁମହିଷାଣୀ ଥାନା ଅର୍ନ୍ତଗତ ଝୁନକାପାହାଡି ଗ୍ରାମର ସର୍ଗତଃ ରାମଚନ୍ଦ୍ର ମୁର୍ମୁଙ୍କ ପୁଅ ସିଆରପିଏଫ୍ ଯବାନ ପୁଅ ଲାଲ୍ ମୁର୍ମୁଙ୍କ ସହିତ ପ୍ରେମ ବିବାହ ହୋଇଥିଲା।

ତେବେ ବିବାହର ୨ ବର୍ଷ ପରେ ମଧ୍ୟ ପୁଷ୍ପାଞ୍ଜଳିଙ୍କ କୌଣସି ସନ୍ତାନ ଜନ୍ମ ନ ହେବାରୁ ତାଙ୍କ ଶଶୁର ଘର ଲୋକ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ସ୍ୱାମୀ ଲାଲ ମୁର୍ମୁ, ଦେଢଶୂର ଭାଇ ଘାସିରାମ ମୁର୍ମୁ, ସିଙ୍ଗୁ ମୁର୍ମୁ, ରାମଚନ୍ଦ୍ର ମୁର୍ମୁ ଓ ତାଙ୍କ ଶାଶୁ ନିର୍ଯାତନା ଦେଉଥିବା ଗୋରୁମହିଷାଣୀ ଥାନାରେ ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସିଆରପିଏଫ୍ ଜବାନ୍ ଲାଲ୍ ମୁର୍ମୁ ପରିବାର ଲୋକଙ୍କୁ ସବୁବେଳେ କହୁଥିଲେ ଯେ ପୁଷ୍ପାଞ୍ଜଳିକୁ ରାସ୍ତାରୁ ହଟାଇବା ପାଇଁ। ତାଙ୍କୁ ହତ୍ୟା କଲାପରେ ସେ ଦ୍ୱିତୀୟ ବିବାହ କରିବେ ବୋଲି ସବୁବେଳେ କଥାବାର୍ତ୍ତା ହୁଅନ୍ତି ବୋଲି ତାଙ୍କ ବାପା ଲାଲୁରାମଙ୍କୁ ବହୁତ ଥର କହିଛନ୍ତି ।

ତେବେ ତାଙ୍କ ଶଶୁର ଘର ଲୋକେ ତାଙ୍କ ଝିଅକୁ ହତ୍ୟା କରି ଝୁଲାଇ ଦେଇଥିବା ନେଇ ବାପା ସାଲୁରାମ ଥାନାରେ ଅଭିଯୋଗ କରିଛନ୍ତି। ଆଜି ପୁଲିସ, ସାଇଣ୍ଟିଫିକ୍‌ ଟିମ ଓ ସନ୍ଧାନୀ କୁକୁର ପହଂଚି ଶବକୁ ଉଦ୍ଧାର କରିବା ପରେ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟକୁ ପଠାଇଛନ୍ତି । ଏନେଇ ଥାନାର ଏଏସଆଇ ଲମ୍ବୋଧର ବାରିକ ଏଏ ମାମାଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛନ୍ତି ।

ସମ୍ବନ୍ଧିତ ଖବର