ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଭାମଶିଆଳି ପଞ୍ଚାୟତ ଚଡ଼ିଆପଲ୍ଲୀ ଗ୍ରାମର ଜଣେ ମହିଳା ରୋଗ ଯନ୍ତ୍ରଣା ସହି ନପାରି ବିଷ ପିଇ ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି, ଶେଖ୍ କନଲଙ୍କ ପତ୍ନୀ ଆମ୍ବି (୪୦)। ଶେଖ୍ଙ୍କ ପରିବାର ପଥରରେ ଶିଳ ଓ ଘୋରଣା ତିଆରି କରି ଚଳୁଛନ୍ତି। ତେବେ ଆମ୍ବି ଗତ କିଛି ବର୍ଷ ହେଲା ପକ୍ଷାଘାତରେ ପୀଡ଼ିତ ହେବା ସହ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଯନ୍ତ୍ରଣା ସହି ନପାରି ବିଷ ପିଇ ଦେଇଥିଲେ। ମଧ୍ୟାହ୍ନରେ ବାନ୍ତି କରିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାରବର୍ଗ ବୁଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏ ନେଇ ବୁଗୁଡ଼ା ଥାନାରେ କେସ୍ ନମ୍ବର ୩୦/୨୨ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଆମ୍ବି ପୂର୍ବରୁ ମଧ୍ୟ ଥରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।
ରୋଗ ଯନ୍ତ୍ରଣା ସହି ନପାରି ବିଷ ପିଇଦେଲେ ମହିଳା
/sambad/media/post_attachments/wp-content/uploads/2022/06/dead-f-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)