ପାଇକସାହି: ଅନୁଗୁଳ ଜିଲ୍ଲାର ଠାକୁରଗଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ବିଷାକ୍ତ ତେଲ ପିଇ ମୃତ୍ୟୁବରଣ କରିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୮ଟା ବେଳେ ଠାକୁରଗଡ଼ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ମଙ୍ଗଳୁ ବିଶ୍ବାଳଙ୍କ ପତ୍ନୀ ମଞ୍ଜୁ ବିଷାକ୍ତ ତେଲ ପିଇଥିଲେ। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମଞ୍ଜୁ ବିଶ୍ବାଳଙ୍କୁ ଆଠମଲିକ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ପୂର୍ବାହ୍ନ ସାଢେ ୧୦ଟା ବେଳେ ସେଠାରେ ଚିକିତ୍ସିତ ହେଉଥିବା ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ମଞ୍ଜୁଙ୍କର ବୟସ ୫୦ ବର୍ଷ ବୋଲି ଜଣାଯାଇଛି। ଗତ ବର୍ଷ ତାଙ୍କର ଜଣେ ଝିଅ ମରିଯିବା ପରେ ମଞ୍ଜୁଙ୍କର ମାନସିକ ସ୍ଥିତ ଭଲ ନ ଥିଲା ବୋଲି କୁହାଯାଉଛି। ମଙ୍ଗଳୁ ବିଶ୍ବାଳ ଜଣେ ଚାଷୀ ବୋଲି ଜଣାଯାଇଛି।
ତେବେ ଏହି ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ଖବର ପାଇ ଠାକୁରଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା। ପରେ ଶବ ପରିବାରକୁ ହସ୍ତାନ୍ତର କରିଛି ପୁଲିସ। ଠାକୁରଗଡ଼ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/dead_body-patrika.com_-1.jpg)