କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାଣ ହରାଇଥିବା ମହିଳାଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ଆକୁଳ ଗ୍ରାମର ରବି ରଣସିଂହଙ୍କ ସ୍ତ୍ରୀ କଦଳୀ ରଣସିଂହ। ତାଙ୍କର ବୟସ ୬୭ ବର୍ଷ । ସେ ନିୟମିତଭାବେ ଟୁଲ (ମହୁଲ ଫଳ) ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥାନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୭ ଟା ବେଳେ କଦଳୀ ରଣସିଂହ ଟୁଲ (ମହୁଲ ଫଳ) ସଂଗ୍ରହ ପାଇଁ ନିକଟସ୍ଥ ଜମିମାଳକୁ ଯାଇଥିଲେ।ସେ ଦନ୍ତା ହାବୁଡରେ ପଡିଗଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଟାଣି ନେଇ ପାଦରେ ଦଳି ଦେଇଥିଲା।ଏହି ଅଞ୍ଚଳରେ ବଣୁଆ ହାତୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ଦୀର୍ଘ ବର୍ଷ ହେବ ଏହି ଜଙ୍ଗଲ ଦେଇ ହାତୀମାନେ ଯିବା ଆସିବା କରୁଛନ୍ତି। ତା’ସହିତ ଏଠାରେ ସେମାନେ ରହୁଛନ୍ତି। କିନ୍ତୁ ସ୍ଥାନୀୟ ଅଧିବାସୀମାନେ ଏହାକୁ ନେଇ ସଚେତନ ନ ଥିବା ଯୋଗୁଁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Elephant-Kills-Woman-in-Telkoi_Thumbnail.jpg)