ବାଇକ୍‌ରେ ଶାଢ଼ି ଛନ୍ଦି ‌ହୋଇଗଲା; ଜଣେ ମହିଳା ମୃତ, ଅନ୍ୟ ଜଣେ ଗୁରୁତର

କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଗବାହାଲ ଗାଁରୁ ତୁରେକେଲା ଆସୁଥିବା ବେଲେ ବାଇକ୍ ଦୁର୍ଘଟଣା ହୋଇଥିବା ସୁଚନା ମିଳିଛି। ବାଇକ୍‌ରେ ଶାଢ଼ି ଛନ୍ଦି ହୋଇଯିବାର ଅଘଟଣ ଘଟିଛି। ମୃତକ ହେଲେ ଗୀତାଞ୍ଜଳୀ ରଣା(୩୨)। ସନ୍ତୋଷିନୀ ରଣା ଗୁରୁତର ଅଛନ୍ତି ।

ମିଲିଥିବା ସୁଚନା ଅନୁସାରେ ଆଜି  ଦିନ ୧୨ ଟା ସମୟରେ ବଗବାହାଲ ଗାଁରୁ ଏକ ବାଇକ ଯୋଗେ ଗୀତାଞ୍ଜଳି ରଣା ଏବଂ ସନ୍ତୋଷିନୀ ରଣାଙ୍କୁ ଯୁଧିଷ୍ଠିର ରଣା ତୁରେକେଲାକୁ ଚାଉଳ ଆଣି ପାଇଁ ଆସୁଥିଲେ। ତେବେ ହଠାତ୍ ବଗବାହାଲ ଛକ ନିକଟରେ ହିଁ ତାଙ୍କ ବାଇକ୍ ରାସ୍ତା ଉପରେ ପଡିଯାଇଥିଲା। ଦୁଇଜଣ ମହିଳାଙ୍କ ଭିତରୁ କାହାର ସାଢି ବାଇକ୍ ଚକରେ ଲାଗିଯାଇଥିବାରୁ ସମସ୍ତେ ବାଇକ୍‌ରୁ ପଡିଯାଇଥିଲେ। ଏମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ତୁରେକେଲା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡାକ୍ତର ଗୀତାଞ୍ଜଳିଙ୍କୁ ସେଠାରେ  ମୃତ ଘୋଷଣା କରିଥିଲେ । ସନ୍ତୋଷିନୀ ଅଧିକ ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ଓ କଲେଜକୁ ସ୍ଥାନନ୍ତରିତ କରିଥିଲେ। ମୃତ ଗୀତାଞ୍ଜଳିଙ୍କ ଶବ କଂଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ବାଇକ୍ ଆରୋହୀ କଂଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣା ପରେ ଡାକ୍ତରଖାନରେ ତୁରେକେଲା ପୁଲିସ୍ ପହଂଚି ଅଧିକ ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର