ନିଆଁ ପୁଉଁଥିବା ବେଳେ ଜଳିଗଲେ ମହିଳା

ରାଉରକେଲା: ନିଆଁ ଲାଗି ଜଳି ଯାଇଥିବା ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତ୍ୟୁ ହୋଇଛିl ମୃତ ମହିଳା ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲାର ରାୟବୋଗା ଥାନା ଅନ୍ତର୍ଗତ ସଲଙ୍ଗାବାହାଲ ସାହାଜବାହାଲ ଗାଁର ଅନୁପମା ନାୟକ (୪୩)l ରାୟବୋଗା ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛିl

ମିଳିଥିବା ସୂଚନା ମୁତାବକ ଗତକାଲି ଅନୁପମା ଗାଧୋଇବା ପରେ ଘର ପଛ ପାର୍ଶ୍ଵ ଖଳାରେ ନିଆଁ ପୁଉଁଥିଲେl ହଠାତ ନିଆଁ ପିନ୍ଧିଥିବା ଲୁଗାରେ ଲାଗିବାରୁ ମହିଳା ଜଳି ଯାଇଥିଲେl ଗୁରୁତର ଅବସ୍ଥାରେ ପରିବାର ଲୋକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେl ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୯ଟାରେ ତାଙ୍କର ମୃତ୍ୟୁ ହୋଇଥିଲାl

ସମ୍ବନ୍ଧିତ ଖବର