ରାଇରଙ୍ଗପୁର/ବିଶୋଇ: ମୃତ୍ୟୁ କାହା ପାଇଁ କେମିତି ଆସେ ଏହା କେହି କହିପାରିବେ ନାହିଁ। ହସୁଥିବା ମଣିଷ ଗୋଟିଏ ମିନିଟ ପରେ ସେହି ଅବସ୍ଥାରେ ରହିବା ସୁନିଶ୍ଚିତ ନୁହେଁ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଶନିବାର ଦିନ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ସୌଦାମିନୀ ବୈଠା (୫୫)।
ସୂଚନା ଅନୁଯାୟୀ ବିଶୋଇ ଥାନା ଅନ୍ତର୍ଗତ ଦେଓଡାଙ୍ଗ ଗ୍ରାମର କାର୍ତ୍ତିକ ବୈଠାଙ୍କ ସ୍ତ୍ରୀ ସୌଦାମିନୀ ବୈଠା ଆଜି ଘର ଅଗଣାରେ ଲୁଗା ଶୁଖାଉଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ଘଟିବାରୁ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
କୁହାଯାଇଥାଏ ହସୁଥିବା ମଣିଷ ଗୋଟିଏ ମିନିଟ ପରେ ସେହି ଅବସ୍ଥାରେ ଥିବ କି ନାହିଁ ତାହା ସୁନିଶ୍ଚିତ ନୁହେଁ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଶନିବାର ଦିନ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳା ଜଣକ ଯେଉଁ ସମୟରେ ବଜ୍ରପାତର ଶିକାର ହୋଇଥିଲେ, ସେହି ସମୟରେ ସେ ଘର ଅଗଣାରେ ଲୁଗା ଶୁଖାଉଥିଲେ।
ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିଶୋଇ ଥାନା ପୋଲିସ ଖବର ପାଇ ରାଇରଙ୍ଗପୁର ପହଞ୍ଚି ଶବକୁ ଜବତ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଏନେଇ ବିଶୋଇ ଥାନାରେ କେସ ନଂ ୧୬/୨୪ରେ ଏକ ଅପମୃତ ମାମଲା ରୁଜୁ ହୋଇଛି।
ଏହି ଖବର ପଢ଼ନ୍ତୁ: ୧୫ ଦିନ ଭିତରେ ଗୋଟିଏ ସ୍କୁଲ୍ର ୨ଥର ବଜ୍ରପାତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/FsWae2HQiiBK1rZUu89h.jpg)