ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟ ଉପରୁ ଖସିପଡ଼ି ମହିଳାଙ୍କ ମୃତ୍ୟୁ

ପୁରୀ: ଶ୍ରୀମନ୍ଦିରରେ ଆଜି ଅଘଟଣ ଘଟିଛି। ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ଉପରୁ ଖସିପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣକ କେମିତି ଗୁମୁଟ ଉପରୁ ଖସିପଡ଼ିଲେ, ତାହା ଜଣାପଡ଼ିନାହିଁ। ମହିଳା ଜଣକ ଗୁମୁଟ ଉପରୁ ଡେଇଁପଡ଼ି ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଘଟଣାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି।

ତେବେ ସୂଚନାରୁ ଯାହା ଜଣାପଡିଛି, ମହିଳା ଗୁମୁଟ ଉପରୁ ପଡ଼ିଯିବା ପରେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତରଖାନାରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଗୁମୁଟ ଉପରୁ ଡେଇଁଥିବା ମହିଳା ଜଣକ କିଏ ତାଙ୍କର ପରିଚୟ ମିଳିପାରିନଥିବା ବେଳେ ସେ କାହିଁକି ଗୁମୁଟ ଉପରୁ କେମିତି ଖସି ପଡ଼ିଲେ ତାହାର କାରଣ ମଧ୍ୟ ସ୍ପଷ୍ଟ ହୋଇପାରିନି। ତେବେ ରିପୋର୍ଟ ଲେଖାଯିବା ବେଳକୁ ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ମହିଳାଙ୍କର ସଂପର୍କୀୟ ମଧ୍ୟ ଥିବା ଜଣାପଡ଼ି ନାହିଁ। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୨ଟାରେ ହୋଇଥିବା ଏହି ଅଘଟଣକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର