ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ: ଆରଜିଏଚରେ ଉତ୍ତେଜନା, ପୁଲିସ ମୁତୟନ 

ରାଉରକେଲା : ଚିକିତ୍ସା ଅବହେଳାରୁ  ମହିଳାଙ୍କ ମୃତ୍ୟୁକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)ରେ ଉତ୍ତେଜନା ଦେଖାଦେଇଥିଲା l ମୃତ ମହିଳା ଜଣକ ହେଲେ ମାଲଗୋଦାମ ସର୍ଦାର ବସ୍ତିର ସୁଶୀଳା ଟପ୍ପୋ (୪୧)l ଡିଏସପି ଅସୀମ ପଣ୍ଡା, ରଘୁନାଥ ପାଲି ଥାନା ଅଧିକାରୀ ବିଜୟ ବିହାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା l ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମର୍ଗରେ ରଖିଛି l ମୃତ ମହିଳାଙ୍କ ଘରେ ଭଡ଼ା ରହୁଥିବା ପୁଷ ସାହୁଙ୍କ ଲିଖିତ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l

ମିଳିଥିବା ସୂଚନା ମୁତାବକ ମାଲଗୋଦାମ ସର୍ଦାର ବସ୍ତିରେ ସୁଶୀଳା ଏକାକୀ ରହୁଥିଲେ l ଆଜି ସନ୍ଧ୍ୟାରେ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପଡ଼ୋଶୀ ଚିକିତ୍ସା ପାଇଁ ଆରଜିଏଚକୁ ଆଣିଥିଲେ l ସେମାନଙ୍କ କହିବା ଅନୁଯାୟୀ ରାତି ଡିଉଟିରେ ଥିବା ମହିଳା ଡାକ୍ତର ସୁଶୀଳାଙ୍କୁ ନ ଦେଖି ବେସିନରେ ହାତ ସଫା କରିବାରେ ବ୍ୟସ୍ତ ଥିଲେ l ପଡ଼ୋଶୀ ଯେତେ ଅନୁରୋଧ କରିଥିଲେ ମଧ୍ୟ ଶୁଣି ନ ଥିଲେ l ଫଳରେ ମହିଳା ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଶେଷରେ ଆଖି ବୁଜିଥିଲେ l

ଏହି ଘଟଣା ପ୍ରଚାରିତ ହେବା ପରେ ବସ୍ତି ଲୋକ ପହଞ୍ଚି ପାଟିତୁଣ୍ଡ ଲୋକ ପହଞ୍ଚି ପାଟିତୁଣ୍ଡ କରିଥିଲେ l ଡାକ୍ତରଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି କରି ପାଟି କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା l

 

ସମ୍ବନ୍ଧିତ ଖବର