ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମରେ ଜଣେ ମହିଳାଙ୍କର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁକୁ କେନ୍ଦ୍ର କରି ଦୁଇପକ୍ଷ ହାତାହାତି ହୋଇଛନ୍ତି। ଏଥିରେ ଜଣେ ଯୁବକ ଆହତ ହୋଇଥିବା ବେଳେ ଘଟଣାକୁ କେନ୍ଦ୍ର କରି ଚାପା ଉତ୍ତେଜନା ଲାଗିରହିଛି।
ସୂଚନାଯୋଗ୍ୟ, ମୃତ ମହିଳାଜଣକ ହେଲେ ବସ୍ତା ଥାନା ପରମାନନ୍ଦପୁର ଗ୍ରାମର ସତ୍ୟବାନ ମହାଳିକଙ୍କ ପତ୍ନୀ ସାବିତ୍ରୀ ମହାଳିକ(୩୦)। ଏକ ଘରୋଇ ଝଗଡ଼ାକୁ କେନ୍ଦ୍ର କରି ଗତକାଲି ମଧ୍ୟାହ୍ନରେ ସାବିତ୍ରୀ କନିଅର ମଞ୍ଜି ଖାଇ ଗୁରୁତର ହୋଇଥିଲେ। ଦିନ ୨ ଟା ବେଳେ ତାଙ୍କ ସ୍ୱାମୀ ଓ ଶାଶୂ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଣି ତ୍ତର୍ତ୍ତି କରିଥିଲେ। ତେବେ ରାତି ପ୍ରାୟ ୧ଟା ବେଳେ ଚିକିତ୍ସାଧିନ ଅବସ୍ଥାରେ ସାବିତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା।
/sambad/media/post_attachments/wp-content/uploads/2019/10/rogi1-300x169.jpg)
ଆଜି ସକାଳେ ସାବିତ୍ରୀଙ୍କ ଶ୍ୱଶୁର ଘରଲୋକ ଏବଂ ସାହିଲୋକ ହସ୍ପିଟାଲ ପରିସରରେ ଥିବା ବେଳେ ସାବିତ୍ରୀଙ୍କ ବାପଘର ପକ୍ଷ କିଛି ଲୋକ ସେଠାରେ ପହଞ୍ଚି ହଠାତ ଆକ୍ରମଣ କରିଥିଲେ। ଫଳରେ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଯାଇଥିଲା। ଏହି ଆକ୍ରମଣ ପ୍ରତିଆକ୍ରମଣ ଘଟଣାରେ ମୃତ ମହିଳାଙ୍କ ଦିଅର ଜିତେନ୍ଦ୍ର ମହାଳିକ ଗୁରୁତର ଆହତ ହୋଇଛନ୍ତି। ଡାକ୍ତରଖାନା ଫାଣ୍ଡି ପୁଲିସ ମୃତ ମହିଳାଙ୍କ ସ୍ୱାମୀ, ଘରଲୋକ ଓ ଆକ୍ରମଣ କରିଥିବା ସାବିତ୍ରୀଙ୍କ ବାପଘର ଏବଂ ସମ୍ପର୍କୀୟ ଲୋକଙ୍କୁ ଅଟକ ରଖି ଆଲୋଚନା କରୁଛି। ଏହାକୁ ନେଇ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ପରିସ୍ଥିତି ଲାଗିରହିଥିବା ଦେଖା ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/rogi.jpg)