ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଖଳିସାହିରୁ ଆଡକଟା ମଧ୍ୟରେ ଥିବା ପୂର୍ତ୍ତବିଭାଗ ରାସ୍ତାରେ ଗଛପଡି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବ୍ଲକ ଅଧୀନ କୋସକା ପଞ୍ଚାୟତର ଅଁଳାପଟା ନିକଟରେ ମଝିରେ ଏକ ଯାତ୍ରୀବାହୀ ଅଟୋ ଉପରେ ହଠାତ ଶୁଖିଲା ଜାମୁ ଗଛ ଗଛ ଭାଙ୍ଗିପଡିବା ଦ୍ଵାରା ରଶ୍ମିତା ନାୟକ (୨୮) ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।
ଆହତ ମାନେ ହେଲେ ଭମା ନାୟକ, ଝିଲି ନାୟକ, ବିମଳା ନାୟକ। ସମସ୍ତେ କିଆଝର ପଞ୍ଚାୟତ ଅଧୀନ ହରିଜନ ସାହିର ବାସିନ୍ଦା। ଆଜି ଅପରାହ୍ନରେ ହଠାତ ପାଗ ବଦଳିବା ସହିତ କାଳବୈଶାଖୀର ତାଣ୍ଡବ ଯୋଗୁଁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/aaf5ebeb-a943-4b0f-ae81-94c4b2beef2c.jpg)