ରଣପୁର/ନୟାଗଡ଼: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଫେରିଆସି ଜଣେ ମହିଳା ଆଜି ବିଶ୍ରାମଗାରରେ ଶିଶୁକନ୍ୟା ଜନ୍ମ ଦେଇଛନ୍ତି । ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଠାରେ ଏଭଳି ଅଭାବନୀୟ ଘଟଣା ଘଟିିଛି । ମିଳିଥିବା ସୂଚନା ଅନୁସାରେ ଗୁଣ୍ଡୁରିଆ ଗାଁର ହାଇଦର ଖାନଙ୍କ ପତ୍ନୀ ମେରୁଇନ ବିବି ଗତକାଲି ପ୍ରସବ ପାଇଁ ରାଜସୁନାଖଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ରାତିରେ ସେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ । ଆଜି ସକାଳ ୬ଟାରେ ସେ ଘରକୁ ଫେରୁଥିଲେ । କିନ୍ତୁ ସେ ଫେରିବା ବାଟରେ ସୁନାଖଳା ବସ ରହଣୀ ପାଇଁ ଉଦ୍ଦିଷ୍ଟ ବିଶ୍ରାମଗାର ଠାରେ ଅଟକିଯାଇଥିଲେ । ପରେ ସକାଳ ପ୍ରାୟ ୭ଟା ବେଳକୁ ସେଠାରେ ସେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ଖବର ପାଇ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ସେଠାରେ ପହଂଚି ଶିଶୁକନ୍ୟା ସମେତ ମହିଳାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ରିପୋର୍ଟ ଲେଖାଯିବା ବେଳକୁ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାଯାଇଛି ।
/sambad/media/post_attachments/wp-content/uploads/2020/07/03fd3c98-302e-4127-b59b-fadf9f4493fb-1024x578.jpg)
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କୁହାଯାଇଛି, ମହିଳା ଜଣକ ସାମାନ୍ୟ ମାନସିକ ବିକୃତ ଥିଲେ ବୋଲି ଆମେ ଅନୁମାନ କରିଥିଲୁ । ଗତକାଲି ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଡମିଟ କରିଥିଲୁ । କିନ୍ତୁ ଆଜି ସକାଳୁ ସେ କାହାରିକୁ କିଛି ନ ଜଣାଇ ଏଠାରୁ ଚାଲି ଯାଇଥିଲେ । ମହିଳା ଜଣକ ପୂର୍ବରୁ ଭୁବନେଶ୍ୱରରେ ରହୁଥିଲେ । ସାତ ମାସର ଗର୍ଭବତୀ ହେବା ପରେ କିଛି ମାସ ପୂର୍ବରୁ ଗାଁକୁ ଆସିଥିଲେ ।
ଅନ୍ୟପଟରେ ମହିଳାଙ୍କ କହିବା ଅନୁଯାୟୀ, ସେ ହସ୍ପିଟାଲରେ ଆଡମିଟ ହେବା ବେଳକୁ ସାଥୀରେ ନିଜର ୯ ବର୍ଷର ଝିଅ ଥିଲା । ଗତକାଲି ହସ୍ପିଟାଲରେ ତାଙ୍କୁ ଆଡମିଟ କରାଯାଇଥିଲା । କିନ୍ତୁ ପରେ ତାଙ୍କୁ ଚିକିତ୍ସାରେ କୌଣସି ସହାୟତା ମିଳି ନଥିଲା । ଏପରିକି କୌଣସି ସ୍ୱାସ୍ଥ୍ୟକର୍ମୀ ଆସି ନଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ବାଧ୍ୟ ହୋଇ ସେ ଘରକୁ ଫେରିବାକୁ ଉଦ୍ୟମ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/080ce900-bea6-45de-a3e4-4bdda24fc1dc.jpg)