ଜୟପୁର/କାଠରଗଡା: କୋରାପୁଟ ଜିଲ୍ଲା ବୋରିଗୁମ୍ମାଲ ବ୍ଲକ କାଠରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ସଂଗରୋଧ ଗୃହରେ ଥିବା ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ। ମହିଳା ଜଣକ ହେଉଛନ୍ତି କାଠରଗଡା ପଞ୍ଚାୟତ ଅନ୍ତର୍ଗତ ପ୍ରଧାନୀପୁଟ ଗାଁର ସାଇବ ଜାନୀଙ୍କ ସ୍ତ୍ରୀ ଶ୍ରୀମତି ଜାନୀ (୨୮)। ସେ ଗୁରୁତର ଅବସ୍ଥାରେ କାଠରଗଡା ସଂଗରୋଧ ଗୃହରେ ରହିଥିବା ବେଳେ ଘଟଣାସ୍ଥଳରୁ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ସହ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ଥିବା ଜଣାପଡିଛି। ତେବେ ତାଙ୍କୁ ଗୁରୁତର ଭାବେ ମେଡିକାଲକୁ ନିଆଯିବ ବୋଲି ଜଣାପଡିଛି।
ସୂଚନା ମୁତାବକ ପୂର୍ବରୁ ମହିଳା ଜଣକ ଗର୍ଭବେଦନା ହେଉଥିବା କହୁଥିବାବେଳେ ଆଜି ସନ୍ଧ୍ୟାରେ ଏହା ହଠାତ ବଢିଯାଇଥିଲା। ପରେ କିଛି ମିନିଟ ମଧ୍ୟରେ କଷ୍ଟ ବଢୁଥିବା ଦେଖି ସେଠାରେ ଥିବା ୨୫ରୁ ଅଧିକ ପୁରୁଷଙ୍କୁ ବାହାର କରି ଦେଇଥିଲେ। ସାଥିରେ ରହୁଥିବା ରମଣୀ ଖରା(୩୦)। ପରେ ସେ ହିଁ ମହିଳାଙ୍କୁ ପୁତ୍ର ସନ୍ତାନ ଜନ୍ମ କରିବା ସମୟରେ ପାଖରେ ରହିଥିଲେ। କିଛି ସମୟ ପରେ ସେ ପୁତ୍ରସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି। ପରେ ଘଟଣା ଜାଣିବା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କୁ ଡକାଇଥିଲେ। ସେମାନେ ସେଠାରେ ପହଞ୍ଚି ସେବା ଆରମ୍ଭ କରିଥିବାବେଳେ ଆମ୍ବୁଲାନ୍ସକୁ ଡକାଯାଇଥିଲା। ଆମ୍ବୁଲାନ୍ସ ପହଞ୍ଚି ଉଭୟ ମା ଓ ଶିଶୁକୁ ସୁରକ୍ଷା ସହ ବୋରିଗୁମ୍ମାକୁ ଆଣିଥିବା ଜଣାପଡିଛି। ପରେ ଜିଲ୍ଲା ମେଡିକାଲକୁ ଅଣାଯିବାକୁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
/sambad/media/post_attachments/wp-content/uploads/2020/05/fcd3f21a-2d69-4b28-b7d9-147038101362-1024x576.jpg)
ମିଳିଥିବା ସୂଚନା ମୁତାବକ ଏହି ଦମ୍ପତ୍ତିଙ୍କ ସହ ୩୦ଜଣ ଶ୍ରମିକ ଭଦ୍ରାଚଳାମରେ ଦାଦାନ ଭାବେ ଇଟାଭାଟିରେ କାମ କରୁଥିଲେ। ଲକଡାଉନ ଯୋଗୁଁ ସପ୍ତାହକ ତଳେ ବୋରିଗୁମ୍ମାକୁ ଫେରିଥିଲେ। ତାଙ୍କୁ କାଠରଗଡା ସଂଗରୋଧ ଗୃହରେ ରଖାଯାଇଥିଲା। ପରେ ସେମାନଙ୍କ ସେମାନଙ୍କର ରକ୍ତନମୂନା ସଂଗ୍ରହ ହୋଇଥିବା ଜଣାପଡିଛି। ତେବେ କିପରି ଉକ୍ତ ମହିଳା ଜଣକ ଆସନ୍ନ ପ୍ରସବା ରହିଥିବାବେଳେ କିପରି ପ୍ରଶାସନ ଜାଣିପାରିଲାନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ବିଡିଓ ପ୍ରଣୟ ରଞ୍ଜନ ବେହେରା କହିଛନ୍ତି ଯେ ସନ୍ଧ୍ୟା ପ୍ରାୟ ୭ଟା ୩୦ ବେଳେ ଉକ୍ତ ମହିଳାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ନେଇ ଖବର ପାଇଥିଲୁ। ଆମ୍ବୁଲାନ୍ସକୁ ଫୋନ କରି ତୁରନ୍ତ ତାଙ୍କୁ ମେଡିକାଲରେ ପହଞ୍ଚାଇଥିଲା ବେଳେ ଉକ୍ତ ମହିଳା ଓ ଶିଶୁ ଭଲ ରହିଛନ୍ତି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/33c99e52-3025-4f87-960a-23f5ec084e0d.jpg)