ବଣାଇଁଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବ୍ଲକ ଅନ୍ତର୍ଗତ ରୁଗୁଡା ଗ୍ରାମପଞ୍ଚାୟତର ସରପଞ୍ଚଙ୍କୁ ନଳକୂପ ଖନନ ପାଇଁ ଜାଙ୍ଗଳା ଗ୍ରାମର ମହିଳାମାନେ ଅଟକ ରଖିଥିବା ଜଣାପଡିଛି। ରୁଗୁଡା ଗ୍ରାମପଞ୍ଚାୟତ ପକ୍ଷରୁ ଜାଙ୍ଗଳା ଗ୍ରାମର କୁମ୍ଭାର ସାହିରେ ଏକ ନୂଆ ନଳକୂପ ଖନନ ପାଇଁ ସରକାରୀ ମଞ୍ଜୁରି ମିଳିଛି। ମାତ୍ର ସରପଞ୍ଚ ମଙ୍ଗଳୁ ଚାର୍ଡିଆ ଏହାକୁ ଉପେକ୍ଷା କରି ଏହି ନଳକୂପକୁ ସେଠାରେ ନଖୋଳି ଜାଙ୍ଗଳା ହାଟପଡିଆରେ ଖୋଳିବାକୁ ଆଦେଶ ଦେବା ସହିତ ସେଠାରେ ନଳକୂପ ଖଦନ କାର୍ଯ୍ୟ ଆରମ୍ଭ କରିଥିଲେ। ଏନେଇ କୁମ୍ଭାର ସାହି ମହିଳାମାନେ କ୍ଷୁବ୍ଧ ହୋଇ ସରପଞ୍ଚଙ୍କୁ ଦୀର୍ଘ ସମୟ ଅଟକ ରଖିଥିଲେ। ଏ ବିଷୟରେ ସରପଞ୍ଚ ବଣାଇଁ ଉପଜିଲ୍ଲାପାଳଙ୍କୁ ଅବଗତ କରିବା ସହିତ ଏହାର ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଖବରଲେଖା ହେବା ପର୍ଯ୍ୟନ୍ତ ଗ୍ରାମବାସୀ ସରପଞ୍ଚଙ୍କୁ ଅଟକ ରଖିଥିବା ଜଣାପଡିଛି।
ନଳକୂପ ପାଇଁ ସରପଞ୍ଚଙ୍କୁ ଅଟକ ରଖିଲେ ମହିଳା
/sambad/media/post_attachments/wp-content/uploads/2019/09/drinking.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)