ବରଗଡ଼ : ବରଗଡ଼ ସଦର ଥାନା ଅନ୍ତର୍ଗତ ବୈଷ୍ଣୋଦେବୀ ମନ୍ଦିର ନିକଟସ୍ଥ ଶ୍ୟାମ ରାଇସ୍ ମିଲ୍ଠାରେ କାର୍ଯ୍ୟରତ ଜଣେ ମହିଳାଙ୍କ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଫୁଲମଣି କାଣ୍ଡୁଲାନା (୩୦)। ସେ ସୁନ୍ଦରଗଡ଼ ଜିଲ୍ଲାର ମୂଳନିବାସୀ। ଫୁଲମଣିଙ୍କ ସ୍ବାମୀ ତାଙ୍କୁ ଛାଡ଼ି ଦେଇଥିବା ବେଳେ ଦୁଇ ପୁଅ ସୁନ୍ଦରଗଡ଼ରେ ଅଛନ୍ତି। ସେ ଏଠାରେ ଉକ୍ତ ରାଇସ୍ ମିଲ୍ରେ କାମ କରୁଥିଲେ।
ସଦର ପୁଲିସ୍ର ସୂଚନାନୁସାରେ ଗତ ୧ ତାରିଖ ରାତିରେ ମିଲ୍ର ଅନ୍ୟ କର୍ମଚାରୀଙ୍କ ସହ ମିଶି ସେ ମଦ ପିଇ ଥିଲେ। ପରେ ଭୋଜିଭାତ ଖାଇ ନାଚଗୀତ କରିଥିଲେ। ଏହା ପରେ ସେ ମିଲ୍ ପାଖ ନିଜ କୋଠରୀକୁ ଶୋଇବାକୁ ଯାଇଥିଲେ। ପରଦିନ ସକାଳୁ ସେ ନ ଉଠିବାରୁ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ଘର ଭିତରେ ତାଙ୍କ ଶବ ପଡ଼ିଥିବା ପୁଲିସ୍ ଠାବ କରିଥିଲା। ଏନେଇ ସଦର ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/death-1.jpg)