ମଦ ନେଲା ଆଉ ଏକ ଜୀବନ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଅଞ୍ଚଳରେ ବିଷ ମିଶା ମଦ ପିଇ ଗୌଡ଼ପଡ଼ା ଓ ମହୁଲପାଲି ଗାଁର ୩ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣା ମନରୁ ନଲିଭୁଣୁ ମଦ ପିଇ ନାକଟିଦେଉଳ ଥାନା ଅନ୍ତର୍ଗତ ମୂଷାକାନୀ ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ମୂଷାକାନୀ ଗାଁର ଭାସ୍କର ଶବରଙ୍କ ସ୍ତ୍ରୀ କେନ୍ଦି ଶବର(୬୫) ମଦ ପିଇବା ପାଇଁ ଘରୁ ବାହାରି ଯାଇଥିଲେ। ମାତ୍ର ରାତିରେ ଆଉ ଘରକୁ ଫେରି ନଥିଲେ। ରବିବାର ସକାଳୁ କେନ୍ଦିଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ। ଘଟଣା ସଂପର୍କରେ ଖବର ପାଇ ନାକଟିଦେଉଳ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅତ୍ୟଧିକ ମଦ୍ୟପାନ କରି କେନ୍ଦିଙ୍କ ମୃତ୍ୟୁ ହୋଇଥିବା ପରିବାର ସହ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହେଲେ କେନ୍ଦିଙ୍କ ଶବ ବ୍ୟବଚ୍ଛେଦ କରା ନଯାଇ ପରିବାର ଲୋକଙ୍କୁ କେନ୍ଦିଙ୍କ ଶବ ହସ୍ତାନ୍ତର କରାଯାଇ ଥିବା ଜଣାପଡ଼ିଛି

ସମ୍ବନ୍ଧିତ ଖବର