ଡେଙ୍ଗୁରେ ମହିଳାଙ୍କ ମୃତ୍ୟୁ

କୁଚିଣ୍ଡା : କୁଚିଣ୍ଡା ଏନଏସି ଓ୍ଵାର୍ଡ ନଂ ୬ରେ କୁମୁଦିନୀ ସେଠ୍‌ (୬୦)ଙ୍କ ଗୁରୁବାର ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଶବ ତାଙ୍କ ଘରେ ପହଞ୍ଚିବା ପରେ ବହୁ ଲୋକ ଶେଷ ଦର୍ଶନ କରିଥିଲେ। ପୂର୍ବରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ଡେଙ୍ଗୁରେ ଜଣକ ମୃତ୍ୟୁ ପରେ ସହରରେ ଆତଙ୍କ ଖେଳି ଯାଇଛି। ସହରର ନାଳ ନର୍ଦ୍ଦମା ସଫା କରିବାକୁ ଲୋକେ ଦାବି କରୁଛନ୍ତି। ଏପରିକି ପରିବେଶ ସଫା ରଖିବା ଓ ମଶାରୀ ବ୍ୟବହାର କରିବାକୁ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଥିବା ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର