ବିଦ୍ୟୁତ ଆଘାତ ଲାଗି ମହିଳାଙ୍କ ମୃତ୍ୟୁ

ପାପଡାହାଣ୍ଡି: ବିଦ୍ୟୁତ ଆଘାତ ଲାଗି ମହିଳାଙ୍କ ମୃତ୍ୟୁ। ପାପଡାହାଣ୍ଡି ବ୍ଲକ ଜଟାବାଲଠାରେ ବିଳମ୍ବିତ ରାତ୍ରରେ ବିଦ୍ୟୁତ ଆଘାତ ଲାଗି ଜଣେ ମହିଲାଙ୍କ ମୃତ୍ୟୁ ହୋଇଛି | ମୃତକଜଣକ ପୁଜାରି ସାହିର ପାର୍ବତୀ ପୁଜାରି ବୋଲି ଜଣାପଡ଼ିଛି। ପାର୍ବତୀ ରାତିରେ ଘରର ଲୁହା କବାଟ ଦେବା ସମୟରେ କବାଟରେ ବିଦ୍ୟୁତ ତ‌ାର ଲାଗିଯାଇଥିବା ଜାଣି ପାରିନଥିଲେ। ହଠାତ ବିଦ୍ୟୁତ ଆଘାତ ଲାଗିବାରୁ ଗୁରୁତର ହୋଇ ପଡ଼ିଥିଲେ ପାର୍ବତୀ। ପରିବାର ଲୋକେ ତାଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଡାବୁଗାଁ ପୁୁଲିସ ତଦନ୍ତ ଆରମ୍ଭ କରିଛି |

ସମ୍ବନ୍ଧିତ ଖବର