ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ପୁରିନ୍ଦାର ଜୟ ଦେହୁରୀଙ୍କ ପତ୍ନୀ ଦେବୀ ଦେହୁରୀ (୪୫) ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଅଂଶୁଘାତର ଶିକାର ହୋଇଥିଲେ। କୌଣସିମତେ ଘରେ ପହଞ୍ଚି ପିଣ୍ତାରେ ବସିଥିଲେ ଓ ପାଣି ପିଇବାକୁ ମାଗିଥିଲେ। ତେବେ ପାଣି ପିଇବାର କିଛି ସମୟ ପରେ ଟଳି ପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବେତନଟୀ ଥାନା ଏଏସ୍ଆଇ ଚିତ୍ତରଞ୍ଜନ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏ ନେଇ ବେତନଟୀ ଥାନାରେ କେସ୍ ନଂ ୧୨/୨୦୨୧ରେ ମାମଲା ରୁଜୁ ହୋଇଛି।
ଅଂଶୁଘାତରେ ମହିଳା ମୃତ
/sambad/media/post_attachments/wp-content/uploads/2020/10/death-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)