କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ବୁର୍ଜା ଗ୍ରାମରେ ପାଣିରେ ବୁଡି ମହିଳା ମୃତ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ବୁର୍ଜା ଗ୍ରାମରେ ଜଣେ ମହିଳା ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ମହେନ୍ଦ୍ରି ଖରା ଓ ସେ ଅବିବାହିତା ବୋଲି ଜଣାପଡିଛି। ଖବର ନେବାରେ ଜଣା ପଡିଛିକି ମହେନ୍ଦ୍ରି ଆଜି ସକାଳ ସାତଟାରେ ଗ୍ରାମପାଖ ନଦିକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ତାଙ୍କର ପାଦ ଖସି ଜିବାରୁ ମହିଳା ଜଣକ ନଦିରେ ବୁଡିଜାଇ ଛଟପଟ ହେଉଥିଲେ। ଏହା ଦେଖି ଜଣେ ଯୁବକ ତାଙ୍କର ଘରେ ଖବର ଦେଇଥିଲେ। ଘର ଲୋକେ ଘଟଣା ସ୍ଥଳରେ ପହଚିଂ ତାଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତି କରାଇଥିଲେ। ଚିକିତ୍ସା କରୁଥିବା ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିବା ପରେ ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏନେଇ ଲକ୍ଷ୍ମୀପୁର ପୁଲିସ ଡାକ୍ତରଖାନାରେ ପହଁଚି ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର