ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଜଣେ ବୟସ୍କା ମହିଳାଙ୍କର ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ନୀଳଗିରି ଥାନା ଅଧିନ ଦକ୍ଷିଣ ନରସିଂହପୁର ପଞ୍ଚାୟତ ବାଇଗଡ଼ିଆ ଅଞ୍ଚଳର ଟିପୁ ସିଂହଙ୍କ ଝିଅ ସୋନି ସିଂହ ସୋମବାର ମଧ୍ୟାହ୍ନ ସମୟରେ ନିକଟରେ ଥିବା ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ କୌଣସି କାରଣରୁ ପାଣିରେ ପଡିଯାଇଥିଲେ।

Advertisment

ସୋନିଙ୍କ ଘରକୁ ଫେରିବା ବିଳମ୍ବ ହେବାରୁ  ପରିବାର ଲୋକେ ଖୋଜାଖୋଜି କରି ସେ ନିକଟ ପୋଖରୀରେ ପଡିଥିବାର ଦେଖିବାକୁ ପାଇଥିଲେ।

ଅଧିକ ପଢ଼ନ୍ତୁ: ମାର୍ଚ୍ଚ ୨୧ରୁ କଳିଙ୍ଗ ସାହିତ୍ୟ ମହୋତ୍ସବ

ସୋନିଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢ଼ନ୍ତୁ: ମହାକୁମ୍ଭ ଦଳାଚକଟାର ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ