ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଜର୍ଡା ରେଞ୍ଜ ଅଂଳରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ କୁଣ୍ଢେଇଡିହା ବାବେଯୋଡିସାହିର ସେଭେଷ୍ଟିନା ଖାଲକୋ (୪୫)।
ସୂଚନା ଅନୁସାରେ ସେଭେଷ୍ଟିନା ଖାଲକୋ ଆଜି ଗାଁର କିଛି ଲୋକଙ୍କ ସହିତ ବଡ଼କୁଦର ଜଙ୍ଗଲକୁ ଗୋରୁ ଚୋରାଇ ଯାଇଥିଲେ। ଘଂଚ ଜଙ୍ଗଲରେ ଗୋରୁମାନେ ଚରୁଥିବା ବେଳେ ସେମାନେ ହାତୀ ଆସୁଥିବାର ଦେଖିଥିଲେ। ଏହି ସମୟରେ ଅନ୍ୟମାନେ ସେଠାରୁ ଦୌଡ଼ି ପଳାଇ ଯିବାରେ ସଫଳ ହୋଇଥିଲେ। କିନ୍ତୁ ସେଭେଷ୍ଟିନା ଦୌଡ଼ି ନ ପାରି ହାତୀ ହାବୁଡ଼ରେ ପଡି ଯାଇଥିଲେ। ହାତୀ ତାଙ୍କୁ କଚାଡ଼ିି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଜର୍ଡା ରେଞ୍ଜର ଓ ଟିମ଼ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ବନ ବିଭାଗ ଘଟଣାର ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/elephant-1.jpg)