ସମାକୋଇ ନଦୀରେ ଭାସିଗଲେ ମହିଳା

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇସ୍ଥିତ ସମାକୋଇ ନଦୀରେ ଆଜି ପୂର୍ବାହ୍ନରେ ଜଣେ ମହିଳା ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଘଟଣାସ୍ଥଳରେ ପରିବାର ଲୋକ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିପାରି ନାହିଁ।

ଆଜି ସକାଳେ ତେଲକୋଇ ତଳସାହିର ପ୍ରଭାକର ଦେହୁରୀଙ୍କ ପତ୍ନୀ ସରୋଜିନୀ ଦେହୁରୀ (୫୭) ସାହିର ଅନ୍ୟ ତିନିଜଣ ମହିଳାଙ୍କ ସହ ନଦୀ ପାର ହୋଇ ଶାଳପତ୍ର ଓ କାଠି ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ପୂର୍ବାହ୍ନ ୧୦ଟାବେଳେ କାଠିପତ୍ର ଧରି ଗଣ୍ଡସାହି ନିକଟରେ ନଦୀ ପାର ହେଉଥିବା ବେଳେ ପ୍ରଖର ସ୍ରୋତରେ ସରୋଜିନୀ ଭାସି ଯାଇଥିଲେ। ସେ ଆଣିଥିବା ଶାଳପତ୍ର ତଳମୁଣ୍ଡ ମାଛଘାଟ ନିକଟରେ ଠାବ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର