ବାରିପଦା: ୯ ବର୍ଷ ପୂର୍ବେ ବାରିପଦା ସହରରୁ ବ୍ରାଉନ୍ସୁଗାର ଜବତ ମାମଲାର ଗୁରୁବାର ଦିନ ରାୟ ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ସୁନଗଡ଼ିଆ ଅଞ୍ଚଳର କୁନି ଘଢ଼େଇଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ଦେବା ସହ ୨୦ ହଜାର ଟଙ୍କା ଜାରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୪ ମାସ ଜେଲ୍ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ ଅଛି। ଅନେକ ଦିନରୁ ବ୍ରାଉନ୍ସୁଗାର ବେପାରରେ ଜଡ଼ିତ ଥିଲେ କୁନି। ୨୦୧୩ ମସିହା ମାର୍ଚ୍ଚ ୨୫ ତାରିଖରେ ତାଙ୍କ ପାଖରୁ ୧୨ ଗ୍ରାମ୍ର ବ୍ରାଉନ୍ସୁଗାର ଜବତ କରିବା ସହ କୁନିଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ। ସରକାରଙ୍କ ପକ୍ଷରୁ ପିପି କୃଷ୍ଣଚନ୍ଦ୍ର ଦାସ ମାମଲା ପରିଚାଳନା କରୁଥିଲେ।
ବ୍ରାଉନ୍ସୁଗାର କାରବାର ମାମଲା: ମହିଳାଙ୍କୁ ୨ ବର୍ଷ ଜେଲ୍
/sambad/media/post_attachments/wp-content/uploads/2021/10/law-3a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)