ଖୋଲା ପଡ଼ିଆରେ ପ୍ରସବ କଲେ ମହିଳା, ଉଭୟ ମା’ ଓ ଶିଶୁ ସୁରକ୍ଷିତ

କେନ୍ଦୁଝର: ଦୁର୍ଗମ ଅଞ୍ଚଳରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ, ଏହାର ପ୍ରକୃତ ବିକଳ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବାଂଶପାଳ ବ୍ଲକର କୁଶକଳା କାଦଡ଼ିହା ବାଂଶପାଳରେ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କାଦଡ଼ିହା ଗ୍ରାମର ପୂର୍ଣ୍ଣ ମୁଣ୍ଡାଙ୍କ ସ୍ତ୍ରୀ ରଜନୀ ମୁଣ୍ଡାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଗ୍ରାମର ଜଣେ ମହିଳା ତାଙ୍କୁ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, କିନ୍ତୁ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଆଡମିଟ୍ କରାଯାଇ ନ ଥିଲା । ଫଳରେ ସେ ଏକ ବସ୍ ଯୋଗେ ଘରକୁ ଫେରି ଆସିଥିଲେ।

ବସରୁ ଓହ୍ଲାଇ ସେ କୁଶକଳାରୁ ଘରକୁ ଚାଲିଚାଲି ଫେରୁଥିବା ସମୟରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଫଳରେ  ସେ ଏକ ଖୋଲା ପଡ଼ିଆରେ ଗଛ ମୂଳରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ଗ୍ରାମବାସୀ ଆମୁଲାନ୍ସରେ ନେଇ ତାଙ୍କୁ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମା’ ଓ ଶିଶୁ କନ୍ୟା ଏବେ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁରକ୍ଷିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର