ବୁର୍ଲା: ଗତ ମଙ୍ଗଳବାର ଦିନ ଭିମସlର୍ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ସୁବର୍ଣ୍ଣପୁର ଜିଲ୍ଲା ବାଞ୍ଜିପାଲି ଗ୍ରାମର ଜଣେ ମହିଳା ୪ଟି ସନ୍ତାନକୁ ଜନ୍ମ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଭେଣ୍ଟିଲେଟରରେ ଥିବା ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।
ଏସ୍ଏନ୍ସିୟୁ ବିଭାଗର ଡାକ୍ତର ବିରେନ୍ଦ୍ର ପ୍ରଧାନଙ୍କ କହିବା ଅନୁଯାୟୀ ଜନ୍ମ ହୋଇଥିବା ୪ ଜଣ ଶିଶୁଙ୍କ ମଧ୍ୟରୁ ୩ ଜଣଙ୍କ ଓଜନ ୧ କିଲୋଗ୍ରାମରୁ କମ୍ ଥିବା ବେଳେ ଅନ୍ୟ ଜଣଙ୍କ ଓଜନ ୧୨୦୦ ଗ୍ରାମ ରହିଥିଲା। ଭେଣ୍ଟିଲେଟରରେ ଥିବା ଶିଶୁପୁତ୍ରର ଓଜନ ୬୦୦ ଗ୍ରାମ ଥିଲା। ଗତକାଲି ବିଳମ୍ବିତ ରାତିରେ ସେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ତିନି ଶିଶୁ କନ୍ୟାଙ୍କ ଅବସ୍ଥା ଉଦ୍ବେଗଜନକ ରହିଛି ବୋଲି ଡାକ୍ତର ପ୍ରଧାନ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/2-16.jpg)