ଭଞ୍ଜନଗର: ଗତକାଲି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ପଟାଧାର ଗାଁରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଭାଇ ସହ ମିଶି ସ୍ୱାମୀଙ୍କୁ ଅତି ନୃଶଂସ ଭାବେ ସ୍ତ୍ରୀ ହତ୍ୟା କରିବାର ଘଟଣା ସାମ୍ନାକୁ ଆସିଛି। ମୃତକ ପରିଚୟ ପଟାଧାର ଗାଁର ଟୁଲୁ ପ୍ରଧାନ ବୋଲି ଜଣାପଡ଼ିଛି। ପୁଲିସ୍ ଘଟଣାସ୍ଥଳରୁ ଛିଣ୍ଡା ପାପୁଲି ସହ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନାଯୋଗ୍ୟ, ଟୁଲୁ ଭୁବନେଶ୍ୱରରରେ ଅଟୋ ଚଳାଉଥିବା ବେଳେ ତାଙ୍କ ସ୍ତ୍ରୀ ଓ ଝିଅ ଗାଁରେ ରହୁଥିଲେ। ସ୍ୱାମୀର ଭୁବନେଶ୍ୱରରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଯୁକ୍ତିତର୍କ ଲାଗିଥାଏ। ପ୍ରାୟ ୧୫ ଦିନ ପୂର୍ବେ ବବି ନିଜ ଝିଅକୁ ଧରି ବାପ ଘରକୁ ଚାଲି ଯାଇଥିଲେ। ଗତକାଲି ସେ ସ୍ୱାମୀଙ୍କୁ ଫୋନ କରି ନିଜ ବାପଘରକୁ ଡକାଇଥିଲେ।
ଟୁଲୁ ସନ୍ଧ୍ୟାରେ ଶ୍ୱଶୁର ଘରେ ପହଞ୍ଚିଥିଲା ବେଳକୁ ଉଭୟଙ୍କ ମଧ୍ୟରେ ପୁଣି କୌଣସି କାରଣୁ ବଚସା ଆରମ୍ଭ ହୋଇଯାଇଥିଲା। ଏଥିରେ ବବି ରାଗି ଯାଇଥିଲେ। ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ନିଜ ଭାଇ ଜିତୁ ବଢ଼େଇଙ୍କ ସହ ମିଶି ସ୍ୱାମୀଙ୍କୁ ନୃଶଂସ ଭାବେ କଟୁରୀରେ ହାଣି ହତ୍ୟା କରିଥିଲେ। ଏହାପରେ ଭାଇଭଉଣୀ ଭଞ୍ଜନଗର ଥାନାରେ ଆତ୍ମସମର୍ପଣ କରି ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ। ଟୁଲୁ ପ୍ରାୟ ୮ ବର୍ଷ ପୂର୍ବେ ବବି ପ୍ରଧାନଙ୍କୁ ବିବାହ କରିଥିଲେ। ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛିଯ