ଦଶରଥପୁର : ମଙ୍ଗଳପୁର ଥାନା ଖାନନଗର ପଞ୍ଚାୟତ ଅନ୍ତର୍ଗତ କେଶପୁର ଗ୍ରାମର କମଳ ଲୋଚନ ଦାସ(ମଣ୍ଟୁ)ଙ୍କ ସ୍ତ୍ରୀ ସସ୍ମିତା(୩୪)ଙ୍କୁ ହତ୍ୟା କରାଯାଇଥିବା ଦଶରଥପୁର ଗ୍ରାମର କୈଳାସ ସେନାପତି ଅଭିଯୋଗ ଦେଇଛନ୍ତି । ପୁଲିସ କେସ ନମ୍ବର ୨୪୧/୨୧ରେ ଦଫା ୪୯୮/୩୦୨/୩୦୪(ବି)/୩୪/୪(ଡିପିଆକ୍ଟ)ରେ ମାମଲା ରୁଜୁ କରିଛି ।
ଅଭିଯୋଗ ଅନୁସାରେ ୬ ବର୍ଷ ତଳେ ସସ୍ମିତାଙ୍କ ସହ ମଣ୍ଟୁଙ୍କ ବିବାହ ହୋଇଥିଲା। ବିଭିନ୍ନ ସମୟରେ ଅଧିକ ଯୌତୁକ ପାଇଁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଗତ ୧୨ ତାରିଖ ରାତି ପ୍ରାୟ ୨ଟା ସମୟରେ ସସ୍ମିତାଙ୍କ ମୃତଦେହକୁ ନିକଟସ୍ଥ ପୋଖରୀରୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସସ୍ମିତା ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଥିବା ଶାଶୂଘର ଲୋକେ କହିଥିଲେ। ହେଲେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଶବକୁ ପୋଖରୀରେ ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/mangalpur-ps.jpg)