ବୀରମହାରାଜପୁର : କ୍ୟାନସର ପୀଡ଼ିତ ସ୍ବାମୀଙ୍କୁ ବଞ୍ଚାଇବାକୁ ହାତରେ ଭିକ୍ଷାଥାଳ ଧରିଛନ୍ତି ସ୍ତ୍ରୀ। ବୀରମହାରାଜପୁର ବ୍ଲକ୍ ହନୁମାନପାଲି ଗାଁରେ ଘଟିଛି ଏଭଳି ଏକ ଅଭାବନୀନୟ ଘଟଣା।
ପ୍ରକାଶ ଯେ ହନୁମାନପାଲି ଗାଁର ସୌମିତ୍ରୀ ମେହେର ୨ବର୍ଷ ହେଲା କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି। ଜୀବନ କାଳରେ ଯାହା ଟଙ୍କା ରଖିଥିଲେ ସେତକ ବି ସରିଗଲାଣି। ଚିକିତ୍ସା ପାଇଁ ଆଉ ପାଖରେ ଟଙ୍କା ନାହିଁ। ରୋଗର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। କିନ୍ତୁ ଚିକିତ୍ସା ପାଇଁ ଅର୍ଥର ରହିଛି ଘୋର ଅଭାବ। ଶେଷରେ ସ୍ୱାମୀଙ୍କ ଚିକିତ୍ସା ଖର୍ଚ୍ଚ ଯୋଗାଡ଼ ପାଇଁ ଭିକ୍ଷାଥାଳ ଧରିଛନ୍ତି ସ୍ତ୍ରୀ। ନିଜର ଦୁଇ କୁନି ପିଲାଙ୍କୁ ଧରି ଗାଁ ମଝିରେ ଭିକ୍ଷା ମାଗୁଛନ୍ତି ସୌମିତ୍ରୀଙ୍କ ପତ୍ନୀ ଶୋଭାଗିନୀ। ପରିସ୍ଥିତି ଏମିତି ହେଲାଣି ଯେ ତାଙ୍କ ଘରେ ଖାଇବାକୁ ବି କିଛି ନାହିଁ। କଣ କରିବେ? କେମିତି ନିଜ ସ୍ୱାମୀଙ୍କୁ ଭଲ କରିବେ ଓ ପିଲାଙ୍କ ମୁହଁରେ ଆହାର ଦେବେ ସେହି ଚିନ୍ତାରେ କଟୁଛି ଦିନ।
/sambad/media/post_attachments/wp-content/uploads/2021/06/9b1da2a0-9cf7-4b33-a224-960eb46511b5.jpg)
ପୂରା ଘଟଣା ଜାଣିବା ପରେ ଗାଁରେ ତୁରନ୍ତ ବୈଠକ ଡାକି ଶୋଭାଗିନୀଙ୍କୁ ଆର୍ଥିକ ସାହାଯ୍ୟ କରାଯାଇଛି। ହେଲେ ତାହା ସମୁଦ୍ରକୁ ଶଙ୍ଖେ କହିଲେ ବୋଧହୁଏ କିଛି ଭୁଲ୍ ହେବ ନାହିଁ। ଆଉ ଉନ୍ନତ ମାନର ଚିକିତ୍ସା ପାଇଁ ଶୋଭାଗିନୀଙ୍କୁ ସମସ୍ତେ ସାହାଯ୍ୟ କରନ୍ତୁ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି। ଏପଟେ ଲକ୍ଡାଉନ୍ ସଟ୍ଡାଉନ୍ ଯୋଗୁଁ ମୁମ୍ବାଇ ଯାଇ ଆଉ ଚିକିତ୍ସିତ ହୋଇ ପାରୁନାହାନ୍ତି ସୌମିତ୍ରୀ। ଫଳରେ ସୋମବାର ଗ୍ରାମର ନିଷ୍ପତ୍ତିକ୍ରମେ ଦୁଇଜଣ ସ୍ବେଚ୍ଛାସେବୀ ସୌମିତ୍ରୀଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରି ଫେରି ଆସିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/5ba72a73-2e8e-49fe-9645-34ce8ddcf73d.jpg)