ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଆଜି ଜନୈକ ମହିଳା ହୋମଗାର୍ଡ଼ଙ୍କ ସହ ସେବାୟତ ଓ ଜେଟିପିଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ କେନ୍ଦ୍ର କରି ଉତ୍ତେଜନା ପରିସ୍ଥିତି ଦେଖାଦେବାରୁ ପାଖରେ ଥିବା ଅନ୍ୟ କିଛି ସେବାୟତ ଓ ପୁଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ଏଭଳି ପରିସ୍ଥିତିରେ ମହିଳା ହୋମଗାର୍ଡ଼ ଜଣକ ନିଜ ଜିଦ୍ ପୂରା କରିବାକୁ ଯାଇ ବେହରଣ ଦ୍ବାର ଦେଇ ନିଜର କିଛି ଚିହ୍ନା ଲୋକଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି। ଏ ସଂକ୍ରାନ୍ତରେ ଜେଟିପି ଅସିତ ମହାନ୍ତି ଓ ପ୍ରତିହାରୀ ନିଯୋଗ ସଦସ୍ୟ ମୁଖ୍ୟ ପ୍ରଶାସକଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର କମାଣ୍ଡର୍ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଉଲ୍ଲେଖ କରାଯାଇଛି, ଆଜି ସକାଳ ପ୍ରାୟ ୮ଟାରେ ଜନୈକା ମହିଳା ହୋମଗାର୍ଡ଼ ୫/୬ଜଣ ଭକ୍ତଙ୍କୁ ଧରି ମୁକ୍ତିମଣ୍ଡପ ସମ୍ମୁଖ ବେହରଣ ଦ୍ବାର ଦେଇ ଶ୍ରୀମନ୍ଦିର ଜଗମୋହନକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ପ୍ରତିହାରୀ ନିଯୋଗ ପକ୍ଷରୁ ନିୟୋଜିତ ଜନୈକ ସେବାୟତ ହୋମଗାର୍ଡ଼ଙ୍କୁ ଅଟକାଇଥିଲେ। କିନ୍ତୁ ହୋମଗାର୍ଡ଼ ଜଣକ ତାଙ୍କ ସହ ଯୁକ୍ତିତର୍କ କରିଥିଲେ।
ଶ୍ରୀମନ୍ଦିରରେ ମହିଳା ହୋମଗାର୍ଡ଼-ସେବାୟତ ମୁହାଁମୁହିଁ
/sambad/media/post_attachments/wp-content/uploads/2019/08/03_05_2019-srimandir-puri_19189126.jpg)