ସ୍ୱାବଲମ୍ବୀ, ସ୍ୱାଭିମାନୀ ମହିଳାଙ୍କ କାହାଣୀ : ଗାଡ଼ି ସର୍ଭିସିଂରେ ପୁରୁଷଙ୍କୁ ଦେଉଛନ୍ତି ଟକ୍କର

କଟକ : ଗାଡ଼ି ସର୍ଭିସିଂ କରୁଛନ୍ତି ଜଣେ ମହିଳା। ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳେ ତାଳଦଣ୍ଡା କେନାଲ କୂଳରେ। ସ୍ବାବଲମ୍ବୀ, ସ୍ବାଭିମାନୀ ସମ୍ମୁ ବିବିଙ୍କର ଏଭଳି କାର୍ଯ୍ୟ ଅନ୍ୟ ମହିଳାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଯୋବ୍ରା ଚାରିଘରିଆରେ ବାସ କରୁଥିବା ସମ୍ମୁ ବିବି ପରିସ୍ଥିତି ଆଗରେ ହାର ନ ମାନି ଏହି ବ୍ୟବସାୟରେ ପ୍ରାଧାନ୍ୟ ବିସ୍ତାର କରିଥିବା ପୁରୁଷ ମାନଙ୍କ ପାଇଁ ବି ଚାଲେଞ୍ଜ ସୃଷ୍ଟି କରିଛନ୍ତି।

ସ୍ବାମୀଙ୍କ ଦେହାନ୍ତ ପରେ ସମ୍ମୁ ନିଜ ପରିବାର ଚଳାଇବା ପାଇଁ ଯୋବ୍ରା କେନାଲ ରୋଡ଼ଠାରେ ଖୋଲିଛନ୍ତି ନିଜର ଗାଡ଼ି ସର୍ଭିସିଙ୍ଗ ସେଣ୍ଟର। ପରିବାରର ଆର୍ଥିକ ପରିସ୍ଥିତି ଖରାପ ପାଇଁ ତୃତୀୟ ଶ୍ରେଣୀ ଯାଏଁ ପାଠ ପଢ଼ି ଅଧାରୁ ପଢ଼ା ଛାଡ଼ିଥିଲେ ସେ। ୨୦ ବର୍ଷ ବୟସରେ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ସ୍ବାମୀଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯିବାରୁ ପରିବାରର ଆର୍ଥିକ ପରିସ୍ଥିତି ଶୋଚନୀୟ ହୋଇପଡ଼ିଥିଲା। ଯାହା ଫଳରେ ସମ୍ମୁ ନିଜେ ରୋଜଗାର କରିବା ସହ ନିଜ ଝିଅକୁ ପାଠ ପଢ଼ାଇ ମଣିଷ କରିବାକୁ ନିଷ୍ପତ୍ତି ନେଇଥଲେ। ପ୍ରଥମେ ଚା’ ଜଳଖିଆ ଦୋକାନ ଓ ପରେ ସଉଦା ଦୋକାନ ଆରମ୍ଭ କରିଥିଲେ। ହେଲେ ତାହା ନ ଚାଲିବାରୁ ଓ ଧାର କରଜ କରିବାକୁ ବାଧ୍ୟ ହୋଇଥଲେ। ପରେ ସେ ନିଜ ସର୍ମ୍ପକୀୟଙ୍କ ସହାୟତାରେ ଗୋଟେ ପାଣିପମ୍ପ୍‌ କିଣି ଆଜିକୁ ଯୋବ୍ରା ବନ୍ଦୋବସ୍ତ କାର୍ଯ୍ୟାଳୟ କଡ଼ରେ ନିଜର ଗାଡ଼ି ସର୍ଭିସିଙ୍ଗ ସେଣ୍ଟର ଖୋଲିଥିଲେ। ସରକାରୀ ଜାଗା ହୋଇଥିବାରୁ ସେଠାରୁ ତାଙ୍କୁ ‌ହଟାଇ ଦିଆଯାଇଥିଲା। ପରେ ସେ ଯୋବ୍ରା ଚୁନଭାଟି କେନାଲ ରୋଡ଼ ଠାରେ ଗାଡ଼ି ସର୍ଭିସିଙ୍ଗ ଦୋକାନ କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ନିଜ ଝିଅକୁ ପାଠ ପଢ଼ାଇ ବିବାହ ଦେଇ ପାରିଛନ୍ତି। କାମ ଭଲ ଚାଲିଥିବାରୁ ସେ ନିଜ ଦୋକାନରେ ଦୁଇଟି ପିଲା ରଖି ଏହି କାମ କରୁଛନ୍ତି।

ସମ୍ମୁ ବିବି କହିବା ଅନୁଯାୟୀ ଏ ‌ବ୍ୟବସାୟରେ ସେ ଗଲା ପ୍ରାୟ ୨୦ ବର୍ଷ ହେବ ଅଛନ୍ତି। ଏଥିରୁ ଯାହ ରୋଜଗାର ହେଉଛି ସେଥିରେ ଝିଅର ପାଠ ପଢ଼ା ଓ ବିବାହ କରିଛନ୍ତି। ଝିଅର ପାରିବାରିକ କହଳ ‌େଯାଗୁଁ ଝିଅ ଓ ନାତି ତାଙ୍କ ପାଖରେ ରହୁଛନ୍ତି। ଏବେ ନାତିକୁ ପାଠ ପଢ଼ାଇ ଭଲ ମଣିଷ କରିବା ପାଇଁ ଚେ‌ଷ୍ଟା କରୁଛନ୍ତି। ଦିନକୁ ୧୦ ରୁ ୧୫ ଟି ଦୁଇ ଓ ଚାରି ଚକିଆ ଗାଡି ତାଙ୍କ ପାଖଖୁ ଆସୁଛି। ଆରମ୍ଭରୁ ସ୍ବାବଲମ୍ବୀ ହେବାକୁ ଉଦ୍ୟମ କରିଛି, ଏବଂ ସେଥିରେ ଏବେ ସଫଳ ହୋଇ ପାରିଛି ବୋଲି କହନ୍ତି ‌ସମ୍ମୁ।

ତାଙ୍କ କାମରେ ବି ସେ କୌଣସି ତ୍ରୁଟି ନଥାଏ ବୋଲି ଜଣେ ଗ୍ରାହକ ଗୋପାଳପୁରର ପ୍ରମୋଦ କୁମାର ନାୟକ।

ସମ୍ବନ୍ଧିତ ଖବର