ରାଉରକେଲା: ଛଟ୍‌ ପର୍ବ ପାଇଁ ପ୍ରସାଦ ତିଆରି କରୁଥିବାବେଳେ ଆଜି ଅଘଟଣ ଘଟିଛି। ଗ୍ୟାସ୍‌ ପାଇପ୍‌ ଫାଟି ଅଗ୍ନିକାଣ୍ଡ ଘଟିବାରୁ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହେଉଛନ୍ତି ଜି.ଟି ଲେନ ସ୍ଥିତ ସର୍ଦ୍ଧାର ଗଳିର ସରସ୍ବତୀ ଦେବୀ (୩୮)। ଏହାସହ ପାଖରେ ଥିବା ତାଙ୍କ ଝିଆରୀ(୨୦) ମଧ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ସରସ୍ବତୀଙ୍କୁ ଆଇଜିଏଚ୍‌ ବର୍ଣ୍ଣ୍‌ ୟୁନିଟ୍‌ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।

Advertisment

ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା। ସରସ୍ବତୀ ନିଜର ଅନ୍ୟ ପରିବାର ସଦସ୍ୟଙ୍କ ସହ ମିଶି ଛଟ୍‌ ପର୍ବ ପାଇଁ ପ୍ରସାଦ ତିଆରି କରୁଥିଲେ। ଏତିକିବେଳେ ଗ୍ୟାସ୍‌ ପାଇପ୍‌ ଫାଟିଯିବାରୁ ନିଆଁ ଲାଗିଯାଇଥିଲା। ଉକ୍ତ ନିଆଁ ସରସ୍ବତୀଙ୍କ ଶାଢ଼ୀରେ ଲାଗିବାରୁ ସେ ଗୁରୁତରଭାବେ ପୋଡ଼ିଯାଇଥିଲେ। ଏମିତିକି ପାଖରେ ଥିବା ଝିଆରୀ ମଧ୍ୟ ସାମାନ୍ୟ ପୋଡ଼ିଯାଇଛନ୍ତି। ଗରୁତର ଅବସ୍ଥାରେ ସରସ୍ବତୀଙ୍କୁ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି।