ଲକ୍ଷ୍ମୀପ୍ରସାଦ: ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲାର ଜହ୍ନାପଙ୍କ ଫାଣ୍ଡି ବୁରକଟା ଛକ ନିକଟରେ ଏକ ଇନୋଭା କାର (ଓଡି ୦୨ଏଭି ୬୭୩୨) ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଛି। ଏଥିରେ ବସିଥିବା ଗୋଟିଏ ପରିବାର ତିନିଜଣ ଥିବା ବେଳେ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡିଛି। ଗାଡି ଚଳାଉଥିବା ଗାଡି ମାଲିକ ଓ ତାଙ୍କ ଝିଅ ଅଳ୍ପକେ ବଞ୍ଚିଯାଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ଭୁବନେଶ୍ୱର ନିବାସୀ ମଧୁସୂଦନ ରାଉତ (୩୫) ତାଙ୍କ ପତ୍ନୀ ରୀନା ରାଉତ (୩୦) ଓ ତାଙ୍କ ଦୁଇ ବର୍ଷର ଝିଅ ସହ କୌଣସି ନିଜ କାମରେ ସୋନପୁର ଯାଉଥିଲେ। ରବିବାର ସକାଳ ୫ଟାରେ ମଧୁସୂଦନଙ୍କ ଆଖି ଲାଗି ଯିବାରୁ ଗଛରେ ପିଟିହୋଇ ଦୁର୍ଘଟଣାର ସାମ୍ନା କରିଥିଲେ। ଘଟଣାସ୍ଥଳରେ ତାଙ୍କ ପତ୍ନୀ ରୀନାଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ଅନ୍ୟମାନେ ସାମନ୍ୟ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ରୀନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।ଘଟଣାସ୍ଥଳରେ ଜହ୍ନାପଙ୍କ ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/IMG_20230507_060734.jpg)