ଆନନ୍ଦପୁର : ଘସିପୁରା ବ୍ଲକ୍ ଗୋହିରା ପଞ୍ଚାୟତ ଓସ୍ତପୁରା ଗ୍ରାମରେ ମୋବାଇଲ ଫାଟି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ହେଲେ ସେହି ଗ୍ରାମର ସାନ୍ତାଳି ସାହିର ଘାସିରାମ ମାରାଣ୍ଡିଙ୍କ ପତ୍ନୀ କାରମୀ ମାରାଣ୍ଡି(୫୦)। ଗତକାଲି କାରମୀ ପୂର୍ବାହ୍ନ ୧୧ଟାବେଳେ ଘର କାମରେ ବ୍ୟସ୍ତ ଥିବାବେଳେ ଜଣେ ସମ୍ପର୍କୀୟଙ୍କୁ ଫୋନ୍ କରିବା ପାଇଁ ମୋବାଇଲ ଆଣିଥିଲେ। ତେବେ ମୋବାଇଲଟି ଧରିବାମାତ୍ରେ ଏହା ଫାଟି ଯାଇଥିଲା। ଫଳରେ ତାଙ୍କର ବାମ ହାତ ପାପୁଲି ସମେତ ତିନୋଟି ଆଙ୍ଗୁଳିରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।
ସେହିପରି ଅନ୍ୟ ଏକ ଘଟଣାରେ ଦେବଗଡ ଜିଲ୍ଲାରେ ମୋବାଇଲ ଫୋନ ଫାଟି ଜଣେ ୬ ବର୍ଷର ବାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଦେବଗଡ ଜିଲ୍ଲାର ଦୁଧିଆନାଳୀ ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ, ଦୁଧିଅାନାଳୀ ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ପୁଅ ଆୟୂଷ (୬) ଆଜି ମୋବାଇଲ ରେ ଗେମ୍ ଖେଳୁଥିବା ସମୟରେ ହଠାତ ମୋବାଇଲଟି ଫୁଟି ଯାଇଥିଲା । ଗୁରୁତର ଅବସ୍ଥାରେ ଆୟୁଷକୁ ପରିବାର ଲୋକ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/mobile-blast.jpg)