କାଠଯୋଡ଼ି ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସୁରକ୍ଷିତ ଭାବେ ଉଦ୍ଧାର, ଡାକ୍ତରଖାନା‌ରେ ଭର୍ତ୍ତି

କଟକ: ଖାନ ନଗର ନିକଟ କାଠଯୋଡ଼ି ବ୍ରିଜରୁ ଡେଇଁ ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ମହିଳା ଜଣକ ‌ନଦୀକୁ ଡେଇଁବା ଦେଖି ସ୍ଥାନୀୟ ଲୋକେ ହଠାତ୍‌ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ଦ୍ୱାରା ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ଘର ବାଦାମବାଡ଼ି ଶଙ୍କରପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ତେବେ ଉକ୍ତ ମହିଳାଙ୍କ ପରିଚୟ ମିଳି ପାରିନଥିଲା ବେଳେ କେଉଁ କାରଣରୁ ସେ ନଦୀକୁ ଡେଇଲେ ସେନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ତେବେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବା ପରେ ସ୍ଥାନୀୟ ଥାନା ପୁଲିସ ଘଟଣାସ୍ଥଳରେ ପହଁଚିଛି।

ସୂଚନା‌େଯୋଗ୍ୟ, କଟକରେ କାଠଯୋଡ଼ିକୁ ଡେଇଁବା ଆତ୍ମହତ୍ୟା ଉଦ୍ୟମ କରିବା ପ୍ରଥମ ଘଟଣା ନାହିଁ। ଏହା ପୂର୍ବରୁ ମଧ୍ୟ କାଠଯୋଡ଼ିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ହୋଇଛି। ୨୦୧୯ ଅକ୍ଟୋବର ୨୨ରେ ବାରଙ୍ଗ ତ୍ରିଶୂଳିଆ ବ୍ରିଜ ଉପରୁ କାଠଯୋଡ଼ିକୁ ଜଣେ ଗାଢ଼କଣାର ଦେବବ୍ରତ ମାଝୀ ନାମକ ଜଣେ ଯୁବକ ଡେଇଁ ପଡିଥିଲେ। ଗାଡି ଓ ମୋବାଇଲ ଛାଡି ଦେବବ୍ରତ ନଦୀକୁ ଡେଇଁ ପଡିଥିଲେ।

ପାରିବାରିକ କାରଣ ହେଉ କି ବ୍ୟକ୍ତିଗତ ସମସ୍ୟା ହେଉ, ବାରମ୍ବାର ଲୋକେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଏହି ଆତ୍ମହତ୍ୟା ଉଦ୍ୟମ‌ରେ କିିଛି ଲୋକ ସଫଳ ହେଉଥିବା ବେଳେ ଅନେକଙ୍କୁ ଉଦ୍ଧାର ମଧ୍ୟ କରାଯାଇ ପାରୁଛି।

ସମ୍ବନ୍ଧିତ ଖବର